ଵୈୟାଳିଶ ମୌଜା ରେ ବିଧାୟକ ପ୍ରକାଶ ସେଠୀଙ୍କ ଜନ ଅଭିଯୋଗ ଶୁଣାଣୀ ଶିବିର,୨୨୪ ଅଭିଯୋଗ ପଞ୍ଜିକୃତ 

କଟକ ସଦର, ୧୯/୦୮/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ଵୈୟାଳିଶ ମୌଜା ର ୬ ଗୋଟି ପଞ୍ଚାୟତର ଲୋକମାନଙ୍କ ସମସ୍ୟା ସମାଧାନ ପାଇଁ ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀଙ୍କ ପକ୍ଷରୁ ଆଜି ମଙ୍ଗଳବାର ଦିନ ଵେଣ୍ଟକାର ଠାରେ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି।

ଏଥିରେ କଟକ ସଦର ଵିଡିଓ ଇଂ ପ୍ରତୀକ ସାହୁ, ଆତ୍ମା ସଭାପତି ରମା ପ୍ରସାଦ ବିଶ୍ୱାଳ, ଥାନା ଅଧିକାରୀ ଗିରିଶ ଚନ୍ଦ୍ର ମହାରଣା ଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ। ଏଥିରେ ୨୨୪ ଟି ଅଭିଯୋଗ ପଞ୍ଜିକୃତ ହୋଇଥିବା ବେଳେ ସେଗୁଡିକ ର ତ୍ୱରିତ ସମାଧାନ ପାଇଁ ବିଧାୟକ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ। ଏହି ଅବସରରେ ବିଧାୟକ ଇଂ ସେଠୀ କେତେକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିଥିଲେ।

 

Leave a Reply

Your email address will not be published. Required fields are marked *