ଜୁନାଗଡ଼ ,୧୬/୮/୨୦୨୪ (ଓଡ଼ିଶା ସମାଚାର /ରାକେଶ ବେମାଲ ) -ମହାନ ରାଷ୍ଟ୍ରବାଦି ନେତା, ପ୍ରଖର ବକ୍ତା, କବି, ପୂର୍ବତନ ପ୍ରଧାନମନ୍ତ୍ରୀ, ସମସ୍ତଙ୍କ ପ୍ରେରଣାର ଉତ୍ସ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ପୂଣ୍ୟତିଥି ଭାରତୀୟ ଜନତା ପାର୍ଟି ଜୁନାଗଡ଼ କାର୍ଯ୍ୟlଳୟ ଠାରେ ପାଳିତ ହୋଇଯାଇଛି । ଏହି ଅବସରରେ ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ହିମାଂଶୁ ଶେଖର ମେହେର, ରାଜ୍ୟ କାଯ୍ୟକାରିଣୀ ସଦସ୍ୟ ମନୋଜ ମେହେର, ଓବିସି ମୋର୍ଚ୍ଚା ସାଧାରଣ ସମ୍ପାଦକ ଟଙ୍କଧର ନାଏକ, ଜୁନାଗଡ଼ ନିର୍ବାଚନ ମଣ୍ଡଳୀର ସଂଯୋଜକ କାଳିନ୍ଦୀ ପାଣିଗ୍ରାହୀ,ହିମାଂଶୁ ଶେଖର ବରାଡ଼, ଜୁନାଗଡ଼ ନଗର ସଭାପତି ଶିବରାମ ରାଉତ,ଆଟିଗାଁ ମଣ୍ଡଳ ସଭାପତି ଭବାନୀ ଠାକୁର ଯୁବମୋର୍ଚା ସଭାପତି ବିକ୍ରାନ୍ତ ପଟ୍ଟନାୟକ କାଶୀନାଥ ଘି ଜଗା ମହାନ୍ତି ସୁରେଶ ବାଗ ବାଜପେୟୀ ଜି ଙ୍କ ଫଟୋ ରେ ପୁଷ୍ପ ମାଲ୍ୟ ଅର୍ପଣ କରିଛନ୍ତି ।
