ଇନ୍ଦୁପୁରରେ ଲୋକକଳା ମହୋତ୍ସବ

କେନ୍ଦ୍ରାପଡ଼ା, ୨୭/୦୨/୨୦୨୪ (ଓଡ଼ିଶା ସମାଚାର)- ଜିଲାର ଅଗ୍ରଣୀ ସାଂସ୍କୃତିକ ସାମାଜିକ ଅନୁଷ୍ଠାନ ମହାବୀର ସାଂସ୍କୃତିକ ସଂଗଠନ ଆନୁକୂଲ୍ୟରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମିଳିତ ସହଯୋଗରେ ଓଡ଼ିଶାରୁ ବିଲୁପ୍ତ ହେବାକୁ ବସିଥିବା ଲୋକସଙ୍ଗୀତ, ଲୋକନୃତ୍ୟ ଓ ଲୋକବାଦ୍ୟର ପୁନରୁଦ୍ଧାର କରିବା ଲକ୍ଷ୍ୟରେ ଏକ ଲୋକକଳା ମହୋତ୍ସବ ଦୁଇଦିନ ଧରି ଇନ୍ଦୁପୁରଠାରେ ଅନୁଷ୍ଠିତ ହୋଇଯାଇଛିି । ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ କେନ୍ଦ୍ରାପଡ଼ା ଜିଲାର ଏକମାତ୍ର ଲୋକକଳା ସୁତାକଣ୍ଡେଇ ନୃତ୍ୟକୁ ବଂଚାଇ ରଖିଥିବା ଗୁରୁ ଫକିର ଚରଣ ସିଂହ ମୁଖ୍ୟଅତିଥି ଭାବରେ ଯୋଗଦେଇଥିଲେ । ଅନ୍ୟତମ ଅତିଥି ଭାବରେ ସଙ୍ଗୀତ ଗୁରୁ ଭାସ୍କର ଚନ୍ଦ୍ର ବେହେରା, ଲୋକକଳା କଣ୍ଠଶିଳ୍ପୀ ସ୍ୱାଧିନିବାଳା ନାୟକ, ଓଡ଼ିଶୀ ଓ ସମ୍ବଲପୁରୀ ନୃତ୍ୟଶିଳ୍ପୀ ଦିପକ କୁମାର ନନ୍ଦି ଓ ପୁଷ୍ପାଞ୍ଜଳି ବେହେରା ପ୍ରମୁଖ ଯୋଗଦେଇ ଲୋକକଳାର ପ୍ରଚାର ପ୍ରସାର ସହିତ କିପରି ଲୋକକଳା ବଂଚିପାରିବ ଓ ନୂତନ ଲୋକ କଳାକାର ସୃଷ୍ଟି ହୋଇ ପାରିବେ ସେ ବିଷୟରେ ଆଲୋଚନା କରିଥିଲେ । ଶେଷରେ ବିଭିନ୍ନ ଲୋକସଙ୍ଗୀତ, ଲୋକ ନୃତ୍ୟ , ଲୋକବାଦ୍ୟ, ପାଲା, ଘୋଡ଼ାନାଚ ଓ ମୁଖ୍ୟ ଆକର୍ଷଣ ସୂତାକଣ୍ଡେଇ ନାଚ ପରିବେଷଣ କରାଯାଇଥିଲା । ବିଭିନ୍ନ ଲୋକ କାଳକାରମାନଙ୍କୁ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ଯୁବ କଳାକାର ଓ ସମାଜସେବୀ ଦେବାଶିଷ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *