ଗରଦପୁର,୧୭/୦୮/୨୦୨୫(ଓଡ଼ିଶା ସମାଚାର)-ଗରଦପୁର ବ୍ଲକ୍ ଅନ୍ତର୍ଗତ କଳାବୁଦାସ୍ଥିତ ଶନିଶ୍ଚରଙ୍କ ମନ୍ଦିର ପରିସରରେ ଗାୟକ ଭୁଷଣ ଗୋପବନ୍ଧୁ ନାଥଙ୍କ ୯୧ତମ ଜୟନ୍ତୀ ଉତ୍ସବ ପାଳିତ ହୋଇ ଯାଇଛି । ଏଥିରେ ସମାଜସେବୀ କେଦାରନାଥ ସାମନ୍ତରାୟ ସଭାପତିତ୍ୱ କରିଥିବାବେଳେ ଉତ୍ସବରେ ଆଡ଼ଭୋକେଟ ତଥା ସମାଜସେବୀ ରମଣୀରଂଜନ ରାଉତରାୟ ଯୋଗଦେଇ ଉଦଘାଟନ କରିଥିଲେ ।
ଉତ୍ସବରେ ମୁଖ୍ୟ ଅତିଥି ରୂପେ ପ୍ରାଧ୍ୟାପକ ନୀରୋଦ କୁମାର ଦାଶ , ବିଶିଷ୍ଟ ଅତିଥି ରୂପେ ଅଧ୍ୟାପକ ଡ଼ ଲିଙ୍ଗରାଜ ଶତପଥି ଓ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟର ସର୍ଜରୀ ବିଭାଗ ମୁଖ୍ୟ ଡ଼ ବିରେନ୍ଦ୍ର କୁମାର ଦାଶ ପ୍ରମୁଖ ଯୋଗ ଦେଇଥିଲେ । ସେହିପରି ଉତ୍ସବରେ ମୁଖ୍ୟ ବକ୍ତା ଭାବେ ଲୋକନାଥ ମହାବିଦ୍ୟାଳୟର ଓଡ଼ିଆ ଭାଷା ସାହିତ୍ୟ ବିଭାଗ ମୁଖ୍ୟ ଡ଼ ବିଚିତ୍ରା ମଂଜରୀ ତ୍ରିପାଠୀ ଓ ସମ୍ମାନୀତ ଅତିଥି ଭାବେ ଗୀତିକବି କୁଂଜ ବିହାରୀ ପାଣି, ଅଧିବକ୍ତା ପ୍ରଦୀପ୍ତ କୁମାର ଦାସ, ସମାଜସେବୀ ଆଦିକନ୍ଦ ରାଉଳ,ଶିକ୍ଷକ ଅବଧୂତ ରାଉତ, ବ୍ୟଙ୍ଗ କବି ଶ୍ରୀଧର ମହାନ୍ତି ପ୍ରମୁଖ ଯୋଗଦେଇ ଗାୟକ ଭୁଷଣ ଗୋପବନ୍ଧୁ ନାଥ ଙ୍କ ସାଧନା ଓ ସିଦ୍ଧି ଉପରେ ଆଲୋକପାତ କରିଥିଲେ ।
ସଭାରେ ଅନ୍ୟମାନଙ୍କ ମଧ୍ୟରେ ଡ଼ାକ୍ତର ଶ୍ରୀଧର ସେଠୀ, ସିଦ୍ଧାର୍ଥ ଶଙ୍କର ରାୟ, ପ୍ରଦୀପ୍ତ କୁମାର ଉଦଗାତା, ତପନ କୁମାର ନାୟକ୍ ପ୍ରମୁଖ ମଧ୍ୟ ଗାୟକ ଭୁଷଣଙ୍କ ବ୍ୟକ୍ତିତ୍ୱ ଉପରେ ବକ୍ତବ୍ୟ ରଖିଥିଲେ । ଉତ୍ସବ ପ୍ରାରମ୍ଭ ରେ ଗାୟକ ଭୁଷଣ ଶ୍ରୀ ନାଥ ଙ୍କୁ ଶୁଭେଛୁ ମାନେ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ । ଏହି ସଭାରେ ଡ଼ାକ୍ତର ବିରେନ୍ଦ୍ର କୁମାର ଦାସଙ୍କୁ ମଧ୍ୟ ତୁଳସୀ ରତ୍ନ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା । ସମବାୟବିତ ପ୍ରମୋଦ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
