ରାମେଶ୍ବର ଜଙ୍ଗଲ ଛାଡ଼ୁ ନାହାଁନ୍ତି ହାତୀପଲ: ନୟାନ୍ତ ହେଲେଣି ବନ କର୍ମଚାରୀ

ନିରାକାରପୁର, ୧୧/୦୧/୨୦୨୪ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଫରେଷ୍ଟ ରେଞ୍ଜ ଅଞ୍ଚଳରେ ମୁଖ୍ୟତଃ ୨୩ ଟିକିଆ ହାତୀପଲ ଏବେ ଉତ୍ପାତ କରୁଛନ୍ତି।ଏହି ୨୩ ଟିକିଆ ହାତୀପଲ ବ୍ୟତୀତ ଆଉ କିଛି ହାତୀ କମାଗୁରୁ, ଗୟାବନ୍ଧ ଅଂଚଳରେ ବୁଲୁ ଥିବାବେଳେ ୨୩ ଟିକିଆ ହାତୀପଲ ଏବେ ରାମେଶ୍ବର ଜଙ୍ଗଲରେ ଦିନରେ ରହୁ ଥିବାବେଳେ ରାମେଶ୍ବର, ନିରାକାରପୁର, ଲେଣ୍ଡୁ, ପଦ୍ମପୁର, ଯାଜପୁର, ମିରିଗିଦୟଣୀ ଓ କଣାସ ବ୍ଲକ୍ କିଛି ଅଂଚଳରେ ନିଜର ଦୌରତ୍ମ୍ୟ ଜାରି ରଖି ଛନ୍ତି। କେଉଁଠୁ ବଡ଼ ବଡ଼ ଗଛ ଭାଙ୍ଗି ପକାଉଛନ୍ତି ତ ଆଉ କେଉଁଠି ଘରେ ପଶି ରଖାଯାଇଥିବା ଧାନ ଖାଇ ପକାଉଛନ୍ତି। ଗତକାଲି ରାତିରେ ରାମେଶ୍ବର ସ୍ଥିତ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଙ୍କ ଫାର୍ମ ହାଉସ ପଶି କିଛି ଗଛ ନଷ୍ଟ କରିଥିବାବେଳେ ଯାଜପୁର ଓ ଲେଣ୍ଡୁ ରେ କିଛି ଅମଳ ଧାନ ଖାଇ ନଷ୍ଟ କରୁଛନ୍ତି। ଆଜି ରେଳ ଧାରଣା ଅତିକ୍ରମ କରି ଏକ ହାତୀ ଲେଣ୍ଡୁ ପଞ୍ଚାୟତ ସିଦ୍ଧେଶ୍ୱର ନିକଟରେ ଛିଡା ହୋଇଥିବା ଦେଖିବାକୁ ମିଳିଛି। ଏଣେ ଏମାନଙ୍କୁ ଜଗି ଅନ୍ୟତ୍ର ଛାଡ଼ି ବାକୁ ଘେଉଡାଉଥିବା ବନ ବିଭାଗ କର୍ମଚାରୀ ମାନେ ନୟାନ୍ତ ହୋଇ ପଡିଲେଣି। ଏମାନେ କେବଳ ସେମାନଙ୍କ ପଛରେ ଦୌଡି ଦୌଡ଼ି ନୟାନ୍ତ ହୋଇପଡ଼ିଲେଣି।

Leave a Reply

Your email address will not be published. Required fields are marked *