ଭୁବନ,୧୬/୦୮/୨୦୨୫ (ଓଡ଼ିଶା ସମାଚାର)-ଭୁବନ ରୟାଲିୟନ୍ସ କ୍ଲବ ତରଫରୁ ଚଳିତ ବର୍ଷ ହେବାକୁ ଯାଉଥିବା ଗଣେଶ ପୂଜା ୧୨ ବର୍ଷ ପୂର୍ତ୍ତି ଅବସରରେ ପବିତ୍ର ଜନ୍ମାଷ୍ଟମୀ ରେ ପ୍ରଭୁ ଗଜାନନ ଙ୍କ ମାଟି ଉଠାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଡାକ ବଙ୍ଗଳା ନିକଟ ରୁ କ୍ଲବ୍ ବରିଷ୍ଠ ସଦସ୍ୟ ଲୋକନାଥ ପାତ୍ର, ସଭାପତି ପିଣ୍ଟୁ ଦାସ , ସମ୍ପାଦକ ନିର୍ମଳ ଚନ୍ଦ୍ର ପୋଥାଳ,ସଦସ୍ୟ ଗୁଲସନ୍ ରାଉତ, ସିଲୁ ନାୟକ, ଲିଙ୍ଗରାଜ ସାହୁ, ସୁଶାନ୍ତ ବାରିକ, ସୌରଭ ରାଉତ, ଯଜ୍ଞଦତ୍ତ ସାହୁ, କମଳ, ଲକ୍ଷ୍ମୀକାନ୍ତ, ରାଜା ପ୍ରମୁଖ ସମସ୍ତ ସଦସ୍ୟ ଏକ ଶୋଭାଯାତ୍ରାରେ ନଗର ପରିକ୍ରମା କରି ରଗଡ଼ି ନାଳ କୂଳରେ ପୂଜାର୍ଚ୍ଚନା କରି ପବିତ୍ର ମାଟି ସଂଗ୍ରହ କରି ଆଣିଥିଲେ । ଚଳିତ ବର୍ଷ ରୟାଲିୟନ୍ସ କ୍ଲବ ୧୨ ବର୍ଷ ପୂର୍ତ୍ତି ଉପଲକ୍ଷେ ହାଇସ୍କୁଲ ପଡ଼ିଆରେ ଅବିକଳ ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ କରି ଚର୍ଚ୍ଚାକୁ ଆସିଛି ।
