ମାହାଙ୍ଗା ୧୫/୦୮/୨୦୨୫ (ଓଡିଶା ସମାଚାର /ଅଭୟ ଜେନା)- ଆମ ଦେଶର ଅଖଣ୍ଡତା ଓ ଏକତା ପାଇଁ କୋଟିକୋଟି ଭାରତୀୟଙ୍କୁ ଶପଥ ଏବଂ ସଂକଳ୍ପ ନେବାର ସମୟ ଆସିଛି । ସନ୍ତ୍ରାସବାଦୀ ଏବଂ ବାହ୍ୟଶକ୍ତି ବିରୁଦ୍ଧରେ ବାରମ୍ବାର ଲଢ଼ିବାକୁ ହେବ । ଯେଉଁମାନଙ୍କ ସଂଘର୍ଷ ଓ ବଳିଦାନ ଯୋଗୁଁ ଆମେ ସ୍ୱାଧୀନତା ହାସଲ କରିଛୁ, ସେହି ସଂଗ୍ରାମୀ ବୀର ଯବାନ ଏବଂ ଦେଶଭକ୍ତ ମାନଙ୍କୁ ନମନ କରିବା ପାଇଁ ଭାରତ ବର୍ଷର ପୁର-ପଲ୍ଲୀ ଉତ୍ସବ ମୁଖର ହୋଇପଡିଛି ।
ମାହାଙ୍ଗା ବ୍ଲକ ବିରୂପା ଗେଙ୍ଗୁଟି ଦ୍ବୀପାଞ୍ଚଳ ଅନ୍ତର୍ଗତ କୁହୁଣ୍ଡା ପଞ୍ଚାୟତର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଆଜି ପାଳନ ହୋଇଛି ୭୯ ତମ ସ୍ୱାଧୀନତା ଦିବସ ମହୋତ୍ସବ । କଲ୍ୟାଣପୁର ବଜାର କମିଟି ପକ୍ଷରୁ ଆୟୋଜିତ ଉତ୍ସବରେ କମିଟିର ସଭାପତି ଅଖିଳେଶ ମହାନ୍ତି ଜାତୀୟ ପତାକା ଉତ୍ତୋଳନ କରିଥିଲେ ।ଏହି ଅବସରରେ ଅବସରପ୍ରାପ୍ତ ସୈନିକ,ଅବସରପ୍ରାପ୍ତ ପୋଲିସ ଅଧିକାରୀ,ବରିଷ୍ଠ ନାଗରିକ ଏବଂ ଶିକ୍ଷାବିତ ଓ ସମାଜସେବୀ ମାନଙ୍କୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ସେନା ଅଧିକାରୀ କ୍ଷୀରୋଦ ଚନ୍ଦ୍ର ନାୟକ,ସେନା ଅଧିକାରୀ ଗଣେଶ୍ୱର ସାମଲ,ବରିଷ୍ଠ ନାଗରିକ ରାମଚନ୍ଦ୍ର ମହାପାତ୍ର,ସମାଜସେବୀ ନିରଞ୍ଜନ ମୁଦୁଲି, ସଂଖ୍ୟାଲଘୁ ନେତା ଅଫସର ତୁଲ୍ଲା,ପୋଲିସ ଅଧିକାରୀ ତ୍ରିଲୋଚନ ବେହେରା,ସମାଜସେବୀ ପଞ୍ଚାନନ ପଣ୍ଡା,ସମାଜସେବୀ ସୁଧୀର ମହାନ୍ତି,କ୍ରୀଡା ଶିକ୍ଷକ ଚକ୍ରଧର ବେହେରା, ପ୍ରଧାନଶିକ୍ଷୟିତ୍ରୀ ସୌଦାମିନୀ ସରଣ,ସମବାୟବିତ ସୁଦାମ ପଲେଇ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ମାନଙ୍କୁ ଉତ୍ସବରେ ସମ୍ବର୍ଦ୍ଧିତ କରାଯାଇଥିଲା ।
ସ୍ଥାନୀୟ ବିଦ୍ୟାଳୟର ପିଲାମାନେ ପ୍ରଭାତ ଫେରି କାର୍ଯ୍ୟକ୍ରମରେ ସାମିଲ ହୋଇ ଏକ ବିରାଟ ପଟୁଆରରେ ଆସି ଦେଶ ମାତୃକାର ଜୟଗାନ କରିବା ସହିତ ବିଭିନ୍ନ ଗ୍ରାମ ପରିକ୍ରମା କରିଥିଲେ । ଜୀବନ ବୀମା ଅଧିକାରୀ ଭାଗ୍ୟଧର ମହାନ୍ତି,ଯୁବ ସମାଜସେବୀ ରବୀନ୍ଦ୍ର ପୃଷ୍ଟି,ସୁମନ୍ତ ପଲେଇ, ପ୍ରକାଶ ବେହେରା, ଅଭିମନ୍ୟୁ ସାମଲ,ରାକେଶ ବେହେରା,ରାଜେଶ ବେହେରା, ସୂର୍ଯ୍ୟମଣି ଧଳ,ସରୋଜ ଦାସ,ପ୍ରଭାତ ଘଡେଇ,ମନ୍ଦାରଧର ମହାନ୍ତି, ଜଗନ୍ନାଥ ପଣ୍ଡା, ଅରକ୍ଷିତ ଦାସ,ଗୌରାଙ୍ଗ ସାହୁ, କୈଶୋର ଦାସ,ଜୟଦେବ ମହାନ୍ତି, ତ୍ରିଲୋଚନ ସାହୁ, ମହେଶ୍ୱର ସାହୁ, କ୍ଷୀରୋଦ ଦାଶ, ନବ କିଶୋର ବେହେରା,ବଳରାମ ସାହୁ,ଭାଗ୍ୟଧର ସାହୁ, ଲକ୍ଷ୍ମୀଧର ବେହେରା, ରମେଶ ବେହେରା, ପ୍ରତାପ ମହାନ୍ତି, ଜୟଦେବ ମହାନ୍ତି, ରବୀନ୍ଦ୍ର ଦାସ, ଚୈତନ୍ୟ ବେହେରା, ଅବଦୁଲ ହମିଦ, ନବ କିଶୋର ବେହେରା ପ୍ରମୁଖ କଲ୍ୟାଣପୁର ଗାନ୍ଧୀ ଛକରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
ସେହିପରି କୁଣ୍ଡି ସେବା ସମବାୟ ସମିତି ପକ୍ଷରୁ ରଘୁନାଥ ଜୀୟୁ ମଠ କୋଠପଦା ପ୍ରାଙ୍ଗଣରେ ଜାତୀୟ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସମିତିର ସଭାପତି ଅଖିଳେଶ ପଦ ମହାନ୍ତି ଜାତୀୟ ପତାକା ଉତ୍ତୋଳନ କରିଥିଲେ । ସମିତିର ସମ୍ପାଦକ ଦେବାଶିଷ ପଣ୍ଡା ଓ ଶ୍ୟାମସୁନ୍ଦର ବରାଳ, ରମାକାନ୍ତ ପଣ୍ଡା, ଜୟଦେବ ମହାନ୍ତି, ରବୀନ୍ଦ୍ର ପୃଷ୍ଟି, ଅଫସର ତୁଲ୍ଲା,ନିରଞ୍ଜନ ମୁଦୁଲି, ପ୍ରଭାତ ଘଡେଇ, ଭାଗ୍ୟଧର ମହାନ୍ତି,ସୂର୍ଯ୍ୟମଣି ଧଳ, ଅଜୟ ନାୟକ,ବାସବ ବେହେରା, ଦେବେନ୍ଦ୍ର ଜେନା ପ୍ରମୁଖ ବହୁ ଡାଇରେକ୍ଟର ଓ ଚାଷୀ ପ୍ରତିନିଧି ଉପସ୍ଥିତ ଥିଲେ ।
ସେହିପରି ରଘୁନାଥ ବିଦ୍ୟାପୀଠ କୋଠପଦା ଠାରେ ପତାକା ଉତ୍ତୋଳନ କରିଥିଲେ ପ୍ରଧାନ ଶିକ୍ଷକ ପ୍ରତାପ କିଶୋର ନାୟକ । ଏଥିରେ ସ୍ଥାନୀୟ ସମିତିସଭ୍ୟାଙ୍କ ପ୍ରତିନିଧି ତଥା ବରିଷ୍ଠ ସାମ୍ବାଦିକ ଅଖିଳେଶ ମହାନ୍ତି, ସରପଞ୍ଚଙ୍କ ପ୍ରତିନିଧି ହେମନ୍ତ ପ୍ରଧାନ,ପୁରାତନ ଛାତ୍ର ଅଫସର ତୁଲ୍ଲା,ଶିକ୍ଷକମିଟି ସଭାପତି ଜୟଦେବ ମହାନ୍ତି, ନିରଞ୍ଜନ ମୁଦୁଲି,ଭାଗ୍ୟଧର ମହାନ୍ତି,ଶିକ୍ଷକ ବ୍ରଜବନ୍ଧୁ ପଲେଇ, ମାଗୁଣି ସାମଲ,ଅଜୟ ନନ୍ଦ ଏବଂ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଯୋଗଦେଇ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ ।
କୋଠପଦା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ଭରତ ଚନ୍ଦ୍ର ଦାଶ ପତାକା ଉତ୍ତୋଳନ କରିଥିଲେ । ଉତ୍ସବରେ ଶିକ୍ଷୟିତ୍ରୀ ଦ୍ରୌପଦୀ ସାମଲ, ସାହିତ୍ୟିକ ଅଖିଳେଶ ମହାନ୍ତି,ଅଫସର ତୁଲ୍ଲା, ନିରଞ୍ଜନ ମୁଦୁଲି, ଦେବେନ୍ଦ୍ର ଜେନା, ବାସବ ବେହେରା, ପ୍ରଭାତ ଘଡେଇ ପ୍ରମୁଖ ଯୋଗଦେଇଥିଲେ ।
କଲ୍ୟାଣପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀ ସୌଦାମିନୀ ଶରଣ, ସ୍କୁଲ କମିଟି ସଭାପତି ଶରତ ବେହେରା, ପୁରାତନ ଛାତ୍ର ସଂଘ ସଭାପତି ଅଖିଳେଶ ମହାନ୍ତି, ସମାଜସେବୀ ଅଫସର ତୁଲ୍ଲା, ନିରଞ୍ଜନ ମୁଦୁଲି,ଶିକ୍ଷୟିତ୍ରୀ ନୀଳାଶ୍ରୀ ନିରୋଜା ନଳିନୀ, ସୁବର୍ଣ୍ଣା ମଞ୍ଜରୀ ଜେନା, ବିଷ୍ଣୁ ଚରଣ ବେହେରା, ଜମିରୁଦ୍ଦିନ ଖାଁ,ପ୍ରମୁଖ ଅତିଥି ଭାବେ ଯୋଗଦେଇ ବିଭିନ୍ନ ପ୍ରତିଯୋଗିତା ରେ କୃତିତ୍ୱ ଅର୍ଜ୍ଜନ କରିଥିବା ବିଦ୍ୟାର୍ଥୀ ମାନଙ୍କୁ ପୁରସ୍କୃତ କରିଥିଲେ ।
