ପ୍ରଶାସନିକ କାର୍ଯ୍ୟ ପାଇଁ ଆସିବ ସ୍ୱଦେଶୀ ଇ-ମେଲ୍
ଭୁବନେଶ୍ୱର,୦୯/୦୧/୨୦୨୬ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-ଓଡିଶା ପ୍ରଶାସନରେ ଆରମ୍ଭ ହେବ ନୂଆ ଯୁଗ । ଡିଜିଟାଲ ଗଭର୍ଣ୍ଣାସରେ ସୁଧାର ପାଇଁ ସରକାରଙ୍କ ବଡ଼ ପଦକ୍ଷେପ । ଏଣିକି ପ୍ରଶାସନିକ କାମରେ ବ୍ୟବହାର ହେବ ସ୍ୱଦେଶୀ ଇ-ମେଲ୍ । ଯାହାକୁ ଓକାକ ବିକଶିତ କରିଛି । କେବଳ ମେଲ୍ ନୁହେଁ ଭିଡିଓ କନଫରେନସ ପାଇଁ ଆଳାପ ନାମରେ ଏକ ସ୍ୱଦେଶୀ ସିଷ୍ଟମକୁ ଏହା ବିକଶିତ କରିଛି , ଯାହାକୁ ବ୍ୟବହାର ବାଧ୍ୟତାମୂଳକ କରାଯାଇଛି । ଏହା ଦ୍ୱାରା ସମସ୍ତ ସରକାରୀ ତଥ୍ୟ ସୁରକ୍ଷିତ ରହିବ ବୋଲି କୁହାଯାଇଛି ।
ଏହାର ଡାଟା ସେଂଟର ଓଡ଼ିଶାରେ ରହିବାକୁ ଥିବାବେଳେ ବ୍ଲକ, ଜିଲାସ୍ତରରୁ ରାଜ୍ୟସ୍ତର ଯାଏଁ ସମସ୍ତ ଅଧିକାରୀ ଏହାକୁ ବ୍ୟବହାର କରିବେ । ଏନେଇ ସମସ୍ତ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ, ପ୍ରମୁଖ ସଚିବ, ସଚିବଙ୍କ ସହ ସମସ୍ତ ଜିଲାପାଳଙ୍କୁ ଚିଠି ଲେଖିଛି ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗ । ରାଜ୍ୟର ସମସ୍ତ ଅଧିକାରୀଙ୍କୁ ଆଟଦିରେଟ ଅଫଓଡ଼ିଶାଡଟ ଗଭ୍ଇନରେ ମେଲ ଆଇଡି ପ୍ରସ୍ତୁତ କରିବାକୁ ନିର୍ଦ୍ଧେଶ ଦିଆଯାଇଛି । ସରକାରୀ ବୈଠକ ଆଳାପ ନାମକ ଭିଡିଓ କନଫରେନସିଂ ସିଷ୍ଟମ ବିକଶିତ କରାଯାଇଛି । ପୁରୁଣା କାଗଜ ଡାଏରୀ ବଦଳରେ ଇଡାଏରୀ ବ୍ୟବହାର କରାଯିବ । ଅଧିକାରୀମାନେ ରୁଟିନ କାର୍ଯ୍ୟସୂଚୀ ପ୍ରଦାନ କରିବେ । ଏହାସହ ଅଧିକାରୀମାନେ ସ୍ମାର୍ଟ ଫୋନରେ ମଧ୍ୟ ସହଜରେ ବ୍ୟବହାର କରିପାରିବେ । ଓକାକ ପକ୍ଷରୁ ୨ ଟି ହେଲପଡେସ୍କ ରହିବ । ଏହା ଦ୍ୱାରା ଡାଟା ସୁରକ୍ଷିତ ରହିବ ଏବଂ ଅନ୍ୟ ହୋଷ୍ଟିଙ୍ଗ ପ୍ଲାଟଫର୍ମ ଉପରେ ନିର୍ଭର କରବାକୁ ପଡ଼ିବନାହିଁ ।
