ସମାଜସେବୀ ସୁରେନ୍ଦ୍ର ବେହେରା ଙ୍କ ସ୍ମୃତି ଚାରଣ ସଭା

କଟକ ସଦର,୧୫/୦୮/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ର ଜଣାଶୁଣା ସମାଜସେବୀ ତଥା ଵୈୟାଳିଶ ମୌଜା ଯୋନର ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ସାଇଭକ୍ତ ସୁରେନ୍ଦ୍ର ନାଥ ବେହେରା ଙ୍କର ବିୟୋଗରେ ଗତକାଲି ଗୁରୁବାର ରାତିରେ ବରାଳ ଠାରେ ଏକ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି।

ଏଥିରେ କଟକ ସଦର ର ପୂର୍ବତନ ବିଧାୟକ ଚନ୍ଦ୍ର ସାରଥି ବେହେରା, କଟକ ସଦର ଏଵଂ  ଚୌଦ୍ୱ।ର କଟକ ର ପୂର୍ବତନ ବିଧାୟକ ପ୍ରଭାତ ରଂଜନ ବିଶ୍ବାଳ,ୟୁନିୟନ ଫର୍ କଟକ ସଦର ଡେଭଲପମେଣ୍ଟ ର ସଭାପତି ଶିକ୍ଷାବିତ ପ୍ରଫେସର ମନୋଜ ନାୟକ, ପୂର୍ବତନ କଟକ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଲକ୍ଷ୍ମୀ ବିଳାସିନୀ ବିଶ୍ୱାଳ, କଟକ ଜିଲ୍ଲା ବିଜେଡ଼ି ସଭାପତି ପ୍ରଫୁଲ୍ଲ ସିଂହ ପ୍ରମୁଖ  ଯୋଗ ଦେଇ ଥିଲେ।

ସେହିପରି  କଟକ ସଦର ପଞ୍ଚାୟତ ସମିତି ର ପୂର୍ବତନ ଅଧ୍ୟକ୍ଷ ସତ୍ୟ ଜେନା, ପୂର୍ବତନ ଅଧ୍ୟକ୍ଷ ସାଧୁ ଜେନା, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଅଚ୍ୟୁତାନନ୍ଦ ଦାସ, ପ୍ରମୋଦ ମହାପାତ୍ର,ଶରତ ରାୟ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଵିରଵର ଲେଙ୍କା,ସମର ବେହେରା, କଟକ ସଦର ବିକାଶ ମଞ୍ଚ ସଭାପତି ସୁବୋଧ ବେହେରା, ତ୍ରିଲୋଚନ ଦଳାଇ, ପ୍ରକାଶ ଚୌଧୁରୀ ପ୍ରମୁଖ ବହୁ ସୁରେନ୍ଦ୍ର ପ୍ରେମୀ ଯୋଗ ଦେଇ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଧାସୁମନ ଅର୍ପଣ କରିବା ସହିତ ତାଙ୍କ ର ଗୁଣାଵଳୀ ସମ୍ପର୍କରେ ଆଲୋକପାତ କରିଥିଲେ।

Leave a Reply

Your email address will not be published. Required fields are marked *