କଟକ ସଦର,୧୫/୦୮/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ୭୯ ତମ ସ୍ବାଧିନତା ଦିବସ ପାଳନ ଅବସରରେ କଟକ ସଦର ଘରେ ଘରେ ତ୍ରିରଙ୍ଗା ସମିତି ପକ୍ଷରୁ ଆବାହକ ଆଇନିଜିଵୀ ନିର୍ମଳ ଦାସ (ହରି) ଙ୍କ ଆଵାହକତ୍ୱରେ ଆଜି ଶୁକ୍ରବାର ଦିନ କନ୍ଦରପୁର ଠାରେ ଘର ଘର ତ୍ରିରଙ୍ଗା ସମାରୋହ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।
ଏଥିରେ ବରିଷ୍ଠ ବିଜେପି ନେତ୍ରୀ ତଥା ରାଜ୍ୟ ମହିଳା କମିଶନ ସଦସ୍ୟା ପ୍ରତିଭା ଶତପଥୀ, ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ହୃଷିକେଶ ଜେନା, କଟକ ଜିଲ୍ଲା ବିଜେପି ଅନୁସୂଚିତ ଜାତି ମୋର୍ଚା ସଭାପତି ପ୍ରଦୀପ ବେହେରା,ଆଲୋକ ମହାନ୍ତି,ଦେଵୀ ପତି, ଗୋକୁଳ ପ୍ରଧାନ,ପିୟୁଶ ପରିଡ଼ା (୪୨ ମୌଜା),ପିୟୁଶ ପରିଡ଼ା (କନ୍ଦରପୁର), ଚନ୍ଦ୍ରଶେଖର ମଲିକ,କିରଣ ସାହୁ, ସଂଜୟ ସାହୁ,ଭରତ ଚନ୍ଦ୍ର ଜେନା, ଅଶୋକ ପଟ୍ଟନାୟକ, ସନ୍ତୋଷ ଭୋଇ, ରବିନ୍ଦ୍ର ମହାଳିକ ପ୍ରମୁଖ ବହୁ ବିଜେପି କାର୍ଯ୍ୟକର୍ତ୍ତା ଯୋଗ ଦେଇ ଦେଶାତ୍ମବୋଧକ ଭାବନା ଉପରେ ଆଲୋକପାତ କରିଥିଲେ।
ଏହି ଅବସରରେ କିଛି ଅବସରପ୍ରାପ୍ତ ସୈନିକ, ସାମ୍ବାଦିକ, ବରିଷ୍ଠ ନାଗରିକ ମାନଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା।
