ଭୁବନେଶ୍ୱର, ୧୪/୭/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଓଡ଼ିଶା ଶ୍ରମ ପ୍ରଶାସନିକ ସେବା ସଂଘର ବନ୍ଧୁ ମିଳନ ତଥା ସମ୍ବର୍ଧନା କାର୍ୟ୍ୟକ୍ରମ ସ୍ଥାନୀୟ ଜୟଦେବ ଭବନ ଠାରେ ଅନୁଷ୍ଠିତ ହୋଇଯାଅଛି । ଉକ୍ତ କାର୍ୟ୍ୟକ୍ରମ ରେ ସଂଘର କର୍ମକର୍ତ୍ତା ଓ ବିଭିନ୍ନ ଜିଲ୍ଲା ତଥା ଶ୍ରମ ମୁଖ୍ୟାଳୟରେ କାର୍ୟ୍ୟରତ ଶ୍ରମ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଏଠାରେ ଓଡ଼ିଶା ଲୋକସେବା ଆୟୋଗ ଜରିଆରେ ନୂତନ ଭାବେ ନିଯୁକ୍ତି ପାଇଥିବା ସହକାରୀ ଶ୍ରମ ଅଧିକାରୀ ମାନଙ୍କୁ ସମ୍ବର୍ଧନା ଦିଆଯିବା ସହ ସଂଘର ବିଭିନ୍ନ କାର୍ୟ୍ୟପନ୍ଥା ତଥା ଉନ୍ନତିମୂଳକ କାର୍ୟ୍ୟକ୍ରମ ଦିଗରେ ଆଲୋଚନା କରାଯାଇଥିଲା । ଶ୍ରମ ବିଭାଗ ରାଜ୍ୟର ୧.୨ କୋଟି ଶ୍ରମିକ ମାନଙ୍କପାଇଁ କାର୍ୟ୍ୟ କରିଆସୁଥିବା ସହ କିପରି ରାଜ୍ୟ ବିକାଶରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରେ ସେ ବିଷୟରେ ଆଲୋକପାତ କରାଯାଇଥିଲା । ଶ୍ରମିକ ମାନଙ୍କ ସର୍ବାଙ୍ଗୀନ ଉନ୍ନତି ଶ୍ରମ ଅଧିକାରୀ ମାନଙ୍କର ଏକମାତ୍ର ବ୍ରତ ରହିଆସିଛି ଏବଂ ନୂତନ ସହକାରୀ ଶ୍ରମ ଅଧିକାରୀ ମାନଙ୍କର ଯୋଗଦାନ ପରେ ଏହା ଆହୁରି ବ୍ୟାପକ ହୋଇପାରିବ ବୋଲି କୁହାଯାଉଛି । ପ୍ରକାଶ ଥାଉକି ରାଜ୍ୟ ସରକାରଙ୍କ ଓଡ଼ିଶା ଲୋକସେବା ଆୟୋଗ ଜରିଆରେ ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ କୃତକାର୍ୟ୍ୟ ହୋଇଥିବା ପ୍ରାୟ ୧୦୬ ଜଣ ସହକାରୀ ଶ୍ରମ ଅଧିକାରୀଙ୍କୁ ରାଜ୍ୟର ବିଭିନ୍ନ ବ୍ଲକଗୁଡ଼ିକରେ ନିଯୁକ୍ତି ଦିଆଯାଇଛି । ଉକ୍ତ କାର୍ୟ୍ୟକ୍ରମରେ ଅତିରିକ୍ତ ଶ୍ରମ ଆୟୁକ୍ତ ଗ୍ଦସଂଘର ସଭାପତି ଶ୍ରୀ ପ୍ରଣବ ରଞ୍ଜନ ପାତ୍ର, ଉପସଭାପତି ଶ୍ରୀ ସତ୍ୟ ନାରାୟଣ ଆଚାର୍ୟ୍ୟ, ସଂପାଦକ ସଚିବ ଶ୍ରୀ ସଂଜିତ୍ କୁମାର ଦେଓ, ଯୁଗ୍ମ ସମ୍ପାଦକ ଶ୍ରୀ ପ୍ରଭାକର ବିଶ୍ଵାଳ, କୋଷାଧ୍ୟକ୍ଷ ଶ୍ରୀ ସୌମ୍ୟ ରଞ୍ଜନ କରଙ୍କ ସମେତ ସଂଘର କାର୍ୟ୍ୟକାରୀ ସଦସ୍ୟ ଶ୍ରୀ ବିଘ୍ନଜିତ ମହାପାତ୍ର, ଶ୍ରୀ ଆକାଶ ବିଶୋଇ ଓ ଶ୍ରୀ ପ୍ରିତିବନ୍ଧନ ଘଡେ଼ଇ ପ୍ରମୁଖ ଯୋଗ ଦେଇଥିଲେ । ଶ୍ରମ ଅଧିକାରୀ ମୁଖ୍ୟ ଦପ୍ତର ଶ୍ରୀମତୀ ଧରଶ୍ରୀ ମହାପାତ୍ର ଏହାକୁ ପରିଚାଳନା କରିଥିଲେ ।