କିଶନନଗର ଠାରେ ତହସିଲ ସ୍ତରୀୟ ସ୍ୱାଧୀନତା ଦିବସ ପାଳନ 

କଟକ ସଦର,୧୫/୦୮/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ସବୁ ବର୍ଷ ପରି ଚଳିତବର୍ଷ କିଶନନଗର ତହସିଲ ସ୍ତରୀୟ ୭୯ ତମ ସ୍ୱ।ଧିନତା ଦିବସ ପାଳନ ଏନ୍ ବି ଓ ସି (ଜାତୀୟ ଦିବସ ପାଳନ କମିଟି) ପକ୍ଷରୁ ଅଧ୍ୟକ୍ଷ ତଥା ତହସିଲଦାର କ୍ଷିରୋଦ କୁମାର ଦାଶ ଙ୍କ ତତ୍ତ୍ୱାବଧାନରେ ଆଜି ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏଥିରେ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରି ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ।

ସେହିପରି କିଶନନଗର କୃଷକ ସେଵା ସମବାୟ ସମିତିରେ ସଭାପତି ବିରଞ୍ଚିନାରାୟଣ ପଣ୍ଡା ପତାକା ଉତ୍ତୋଳନ କରିଥିବା ବେଳେ ସଂପାଦକ ଚନ୍ଦ୍ର ଶେଖର ରାଉତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏଥିରେ ଉପସଭାପତି ବାବୁଲାଲ ନାୟକ ଙ୍କ ସମେତ ସମସ୍ତ ଡାଇରେକ୍ଟର ଯୋଗ ଦେଇଥିଲେ।

ସେହିପରି ମଣ୍ଟେସୋରୀ ଆଗ୍ରୋଟେକ ରେ କ୍ଷିରୋଦ କୁମାର ବେହେରା ଙ୍କ ପରିଚାଳନାରେ ଉତ୍କଳ ବିକାଶ ପରିଷଦ ସଭାପତି ପ୍ରଭାତ କୁମାର ସେଠୀ ଓ କଟକ ସଦର ଵିଚାର ମଞ୍ଚ ସଭାପତି ବରିଷ୍ଠ ସାମ୍ବାଦିକ ବିଷ୍ଣୁ ଚରଣ ବେହେରା ପତାକା ଉତ୍ତୋଳନ କରି ଜାତୀୟତା ବୋଧର ଆଲୋକପାତ କରିଥିଲେ। ସେହିପରି ଅଗ୍ରଣୀ ଇଂରାଜୀ ମାଧ୍ୟମ ଉଇସଡମ ପବ୍ଲିକ ସ୍କୁଲରେ ପରିଚାଳନା ନିର୍ଦ୍ଦେଶକ ପ୍ରିତମ ଚୌଧୁରୀ ପତାକା ଉତ୍ତୋଳନ କରି ଉଦବୋଧନ ଦେଇଥିଲେ।

Leave a Reply

Your email address will not be published. Required fields are marked *