ବିଜେଡି ର ଜନସମ୍ପର୍କ ପଦଯାତ୍ରା କଲେ ବିଧାୟକ ପ୍ରଶାନ୍ତ ବେହେରା

ସାଲେପୁର ୦୬/୧୦/୨୦୨୬ (ଓଡିଶା ସମାଚାର /ଅଭୟ ଜେନା )ବିଜେଡି ପକ୍ଷରୁ ଆରମ୍ଭ ହୋଇଥିବା ଜନସମ୍ପର୍କ ପଦଯାତ୍ରା ପଞ୍ଚମ  ଦିନରେ ପହଁଚିଛି। ସାଲେପୁର ବିଧାୟକ ପ୍ରଶାନ୍ତ ବେହେରାଙ୍କ ନେତୃତ୍ୱରେ ଆଜି ସାଲେପୁର ବ୍ଲକ ଛାଣିପୁର ପଂଚାୟତ, ପିକୋଳ ପଂଚାୟତ ଓ ବାରିଗୋଳ ପଂଚାୟତରେ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି ।ପଂଚାୟତ ଜନପ୍ରତିନିଧି ଓ ବିଜେଡି କାର୍ଯ୍ୟକର୍ତ୍ତା ଏବଂ ବହୁ ସଂଖ୍ୟାରେ ମହିଳା, ଯୁବ, ଛାତ୍ର ବିଜେଡିର କର୍ମୀମାନେ ପଦଯାତ୍ରାରେ ସାମିଲ ହୋଇ ଡବଲ ଇଞ୍ଜିନ ବିଜେପି ସରକାରର ବିଫଳତାକୁ ନେଇ ନାରାବାଜୀ ଦେଇ ପଦଯାତ୍ରା କରିଥିଲେ।

ପୂର୍ବ ବିଜେଡି ସରକାର ସମୟରେ ପଂଚାୟତ ସ୍ତରରେ ହେଉଥିବା ଦ୍ରୁତ ବିକାଶ ଓ ନବୀନ ସରକାରଙ୍କ ବିଭିନ୍ନ ଜନହିତକାରୀ ଯୋଜନାରେ ମିଳୁଥିବା ସୁଫଳ ଆଜି କିପରି ବାଟବଣା ହୋଇଛି ଜନସାଧାରଣଙ୍କୁ ସଚେତନ କରାଉଥିଲେ।

ବିଭିନ୍ନ ପଂଚାୟତ ପଦଯାତ୍ରା ସମୟରେ ମହିଳାମାନେ ଓ ଜନସାଧାରଣ ତାଙ୍କର ପ୍ରିୟ ବିଧାୟକଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ। ଜନସମ୍ପର୍କ ପଦଯାତ୍ରାରେ ବିଧାୟକ ଶ୍ରୀଯୁକ୍ତ ବେହେରାଙ୍କ ସହିତ କଟକ ଜିଲ୍ଲା ବିଜେଡି ସଭାପତି ପ୍ରଫୁଲ୍ଲ ସିଂ, ଛାଣିପୁର ସରପଞ୍ଚ ଗାୟତ୍ରୀ ଷଢଙ୍ଗୀ , ସମିତିସଭ୍ୟ ମନୋଜ ସେଠୀ, ବାରିଗୋଳ ସମିତିସଭ୍ୟା ତ୍ରିପୁରା ବେହେରା, ପିକୋଳ ସରପଞ୍ଚ ମାଣିକ ବେହେରା, ବିଜେଡି ବରିଷ୍ଠ ନେତା ବିଶ୍ୱନାଥ ପଣ୍ଡା, ପରମାନନ୍ଦ ପଲେଇ, ଯୁବନେତା ବିରଞ୍ଚି ନାରାୟଣ କର, ବିଧୁଭୂଷଣ ସ୍ୱାଇଁ,ରଞ୍ଜିତ ଦାସ,ନାରୀନେତ୍ରୀ ତୃପ୍ତିରେଖା ପରିଡା,ବ୍ଲକ ସଂଖ୍ୟାଲଘୁ ସେଲ ସଭାପତି ସମିମି ଅକ୍ଟର,ହରିହର ସାହୁ, ସେକ ଅବଦୁଲ ଫାରୁକ, ସେକ ଇବ୍ରାର ଅହମ୍ମଦ ପ୍ରମୁଖଙ୍କ ସମେତ ବହୁ ମହିଳା, ଯୁବ ଛାତ୍ର ବିଜେଡି କର୍ମୀ ସାମିଲ ହୋଇଥିଲେ।

Leave a Reply

Your email address will not be published. Required fields are marked *