କଟକ ସଦର,୧୫/୦୮/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅଞ୍ଚଳରେ ଆଜି ଶୁକ୍ରବାର ଦିନ ୭୯ ତମ ସ୍ୱ।ଧିନତା ଦିବସ ମହାସମାରୋହରେ ପାଳନ କରାଯାଇଥିବା ବେଳେ ଏହି ପରିପ୍ରେକ୍ଷୀରେ ସରକାରୀ ପଞ୍ଜିକୃତ ପାରାଵିଲ ଗ୍ରାମ କମିଟି ପକ୍ଷରୁ ଗ୍ରାମ ଦେବତୀ ଧଵଳେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ ଜାତୀୟ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଗ୍ରାମ କମିଟି ସଭାପତି ନିରଂଜନ ରାଉତରାୟ ପତାକା ଉତ୍ତୋଳନ କରି ସ୍କୁଲ ଓ ଅଙ୍ଗନବାଡି ପିଲାମାନଙ୍କ ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଗୋକୁଳାନନ୍ଦ ବୈଶାଖ, ତ୍ରୈଲୋକ୍ୟନାଥ ରାଉତରାୟ,ଶରତ ଚନ୍ଦ୍ର ବାଡି, ବସନ୍ତ କୁମାର ବାଡି, ପ୍ରଦୀପ ରାଉତରାୟ, ରଣଜିତ୍ ରାଉତରାୟ,ଶିଵ ପ୍ରସାଦ ରାଉତରାୟ ପ୍ରମୁଖ ବହୁ ଗ୍ରାମବାସୀ ଓ ଯୁବ ଛାତ୍ର ମାନେ ଯୋଗ ଦେଇଥିଲେ।
