ଅଙ୍ଗଦାନ କରିଥିବା ପରିବାରକୁ ଆର୍ଥିକ ପ୍ରୋତ୍ସାହନ ରାଶି ପ୍ରଦାନ

ନୟାଗଡ଼,୧୪/୦୮/୨୦୨୫(ଓଡ଼ିଶା ସମାଚାର)- ବିଶ୍ୱ ଅଙ୍ଗଦାନ ଦିବସ ପରିପ୍ରେକ୍ଷୀରେ ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆଭାସି ଯୋଗେ ଯୋଡ଼ି ହୋଇଥିବା ସମସ୍ତ ଜିଲାର ପ୍ରଶାସନିକ ଅଧିକାରୀ, ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ, ମୃତ ବ୍ୟକ୍ତିଙ୍କ ଅଙ୍ଗଦାନ କରିଥିବା ପରିବାରଙ୍କୁ ସ୍ୱାସ୍ଥ୍ୟ ବିଭାଗ ତରଫରୁ “ସୁରଜ୍ ଆୱାର୍ଡ’ ଆର୍ଥôକ ପ୍ରୋତ୍ସାହନ ରାଶି ଡିମାଣ୍ଡ ଡ୍ରାଫ୍ଟ ଆକାରରେ ପ୍ରଦାନ କରାଯାଇଛି ।

ନୟାଗଡ଼ ଜିଲାରେ ଓସ୍ୱାନ ଭିଡିଓ ସମ୍ମିଳନୀ କକ୍ଷରେ ସିଡିଏମଓ, ଡଃ ସୁଶାନ୍ତ କୁମାର ଦାସ, ଡେପୁଟି କଲେକ୍ଟର, ତପତି ରାଜ, ଡିିଏମ ପ୍ରକାଶ ଚନ୍ଦ୍ର ବାନାର୍ଜୀ, ଜିଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଜ୍ୟୋକ୍ଟରାମୟୀ ଆଚାର୍ଯ୍ୟ ଏଥିରେ ଯୋଡି ହୋଇଥିଲେ । ନୟାଗଡ଼ ପୁରୁଣା ସହର ଦାଣ୍ଡ ସାହିର ସ୍ୱର୍ଗତ ଶିବୁନ ସିଦ୍ଧାର୍ଥ ସାହୁ ତାଙ୍କର ଅଙ୍ଗ (ଲିଭର) ପ୍ରଦାନ କରିଥିବାରୁ ତାଙ୍କ ମା’ଆ ହିତାଧିକାରୀ ଜୟନ୍ତୀ ସାହୁଙ୍କୁ “ସୁରଜ୍ ଆୱାର୍ଡ’ ୫ଲକ୍ଷ ଟଙ୍କା ଡିମାଣ୍ଡ ଡ୍ରାଫ୍ଟ ଆକାରରେ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି । ଏହି ସମୟରେ ତାଙ୍କ ସହ ତାଙ୍କ ପରିବାର ସଦସ୍ୟମାନେ ଉପସ୍ଥିତ ରହିଥିଲେ ।

Leave a Reply

Your email address will not be published. Required fields are marked *