କେନ୍ଦ୍ରାପଡ଼ା, ୧୪/୦୮/୨୦୨୫(ଓଡ଼ିଶା ସମାଚାର)- ଅଙ୍ଗଦାନ କରି ଅନ୍ୟର ଜୀବନ ବଂଚାଇବା ଭଳି ଏକ ମହତ କାର୍ଯ୍ୟରେ ସହାୟତା କରିଥିବା କେନ୍ଦ୍ରାପଡା ଜିଲାର ୩ ଜଣ ବ୍ୟକ୍ତିଙ୍କ ପରିବାରକୁ ୫ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ପ୍ରୋତ୍ସାହନ ସହାୟତା ରାଶି ଜିଲା ପ୍ରଶାସନ ପକ୍ଷରୁ ପ୍ରଦାନ କରାଯାଇଛି ।
କେନ୍ଦ୍ରାପଡା ଜିଲା ଆରିପଦା ଗ୍ରାମର ମନୋଜ କୁମାର ସାହୁ(୨୩), ପଟ୍ଟମୁଣ୍ଡାଇର ଚନ୍ଦନନଗର ଗ୍ରାମର ଅଜୟ କୁମାର ଗିରି(୪୯), ରାଜକନିକାର ପତରପୁରପାଟଣାର ଶରତ ଚନ୍ଦ୍ର ବିଶ୍ୱାଳ (୫୪) ପ୍ରମୁଖ ୩ଜଣ ବ୍ୟକ୍ତି ସେମାନଙ୍କ ଲିଭର ଓ କିଡନୀ ଦାନ କରିଛନ୍ତି ।
ଏନେଇ ଜିଲା ପ୍ରଶାସନ ପକ୍ଷରୁ ସଂପୃକ୍ତ ୩ ପରିବାରଙ୍କୁ କେନ୍ଦ୍ରାପଡା ଜିଲାପାଳ ରଘୁରାମ ଆର ଆୟାର ୫ଲକ୍ଷ ଟଙ୍କା ଲେଖାଏଁ ପ୍ରତ୍ୟେକ ପରିବାରକୁ ସହାୟତା ରାଶି ଏବଂ ପୁଷ୍ପଗୁଚ୍ଛ, ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରିଛନ୍ତି । ଏହି ସହାୟତା ସମୟରେ ଅତିରିକ୍ତ ଜିଲାପାଳ ନବକୃଷ୍ଣ ଜେନା, ଜିଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ, ଡେରାବିଶ ତହସିଲଦାର ଓ ପଟ୍ଟମୁଣ୍ଡଇ ତହସିଲଦାର ପ୍ରମୁଖ ଉପସ୍ଥିତ ଥିଲେ ।
