କଟକ ସଦର, ୧୪/୦୮/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କିଶନନଗର ଠାରେ ଅବସ୍ଥିତ କିଶନନଗର କଲେଜ ପକ୍ଷରୁ ଆଜି ଗୁରୁବାର ଦିନ ଲୋକଙ୍କ ମଧ୍ୟରେ ଜାତିପ୍ରେମ ଓ ଦେଶପ୍ରେମ ଉଦ୍ରେକ ପାଇଁ ଘର ଘର ତ୍ରିରଙ୍ଗା ଶୋଭାଯାତ୍ରା କିଶନନଗର ବଜାର ପରିକ୍ରମା କରି ଥାନା ପର୍ଯ୍ୟନ୍ତ ଯାଇଥିଲା। ଏହାକୁ ଅଧ୍ୟକ୍ଷ ସଂଜିବ କୁମାର ପଟ୍ଟନାୟକ ଉଦଘାଟନ କରିଥିଲେ।
ପରିଚାଳନାରେ ପ୍ରଶାସନିକ ଅଧିକାରୀ ଡ଼ଃ ଅନାଦି ବରାଳ, ରେଡକ୍ରସ୍ କାଉନସିଲର ଲିଜାଲିନ୍ ଜେନା, ଜାତୀୟ ସେଵା ଯୋଜନା ଅଧିକାରୀ ଜ୍ୟୋତିରଂଜନ ଦାସ, ଖେଳ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ସାହୁ, ଅଧ୍ୟାପକ ମହମ୍ମଦ ସାଦିକ୍ ଅଲ୍ଲୀ,ଵିଜୟ ମଲିକ, ବିଜୟ ଭୁଷଣ ମହାପାତ୍ର, ପ୍ରିୟଙ୍କା କର ପ୍ରମୁଖ ସହାୟତା କରିଥିଲେ। ଶେଷରେ ସମସ୍ତେ ତ୍ରିରଙ୍ଗା ସେଲଫି ଉଠେଇ ରାଜ୍ୟ ସରକାର ଙ୍କ ଉଚ୍ଚ ଶିକ୍ଷା ବିଭାଗ ପ୍ରଦତ୍ତ ପୋର୍ଟାଲ ରେ ଅପଲୋଡ଼ କରିଥିଲେ।
