କଟକ ସଦର ,୦୭/୦୮/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ବ୍ଲକ ଅନ୍ତର୍ଗତ ଆୟତପୁର ପଞ୍ଚାୟତ ର ଦାମୋଦରପୁର-୨ ରେ ଥିବା ୪ ନମ୍ବର ଅଙ୍ଗନବାଡି କେନ୍ଦ୍ର ଆଜକୁ ଦୀର୍ଘ ବର୍ଷ ହେଲା ଅନିୟମିତତା ମଧ୍ୟରେ ଚାଲୁଥିବା କୁ ନେଇ ଚର୍ଚ୍ଚା ଅଭିଯୋଗ ହୋଇଆସୁଥିଲା ବେଳେ ସିଡିପିଓ ଙ୍କ ଉଦାସୀନ ମନୋଭାବ ଯୋଗୁଁ ତାହା ସମାଧାନ ହେଉନଥିବା ରୁ ଗ୍ରାମରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।
ଅଭିଯୋଗ ଅନୁଯାୟୀ ଅଙ୍ଗନବାଡି କର୍ମୀ ଙ୍କ ସ୍ୱଛାଚାରୀ ନୀତି ଏଭଳି ପରିସ୍ଥିତି ସୃଷ୍ଟି କରିଛି ଯେ ଅଭିଭାବକ ମାନେ ଆଜକୁ ଦୁଇମାସ ହେଲା ଅଙ୍ଗନବାଡି କୁ ପିଲା ଛାଡ଼ୁ ନଥିବା ରୁ ଅଙ୍ଗନବାଡି ଏକପ୍ରକାର ଅଚଳ ହୋଇଯାଇଛି। ଏଥିପାଇଁ ଆଜି ଗୁରୁବାର ଦିନ ସରପଂଚ ରାକେଶ ବେହେରା ଙ୍କ ପୈ।ରୋହିତ୍ୟରେ ଏଵଂ ପରିଦର୍ଶିକା ମିନତି ସିଂ ଙ୍କ ଉପସ୍ଥିତି ରେ ଅଙ୍ଗନବାଡି ଚାଲୁଥିବା ଅନନ୍ତ ବାସୁଦେବ ଯୁଵକସଂଘ ପରିସରରେ ଏକ ସମାଧାନ ବୈଠକ ଅନୁଷ୍ଠିତ ହୋଇ ଥିବା ବେଳେ ଏହାର ସ୍ଥାୟୀ ସମାଧାନ ହୋଇପାରିନଥିଵା ଜଣାପଡିଛି।
ଅଭିଭାଵିକା ମାନଙ୍କର ଗୋଟିଏ ଜିଦ୍ ରହିଲା ଯେ ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ଙ୍କୁ ବାହାର ନକଲେ ସେମାନେ ପିଲାମାନଙ୍କୁ ଅଙ୍ଗନବାଡି ପଠାଇବେ ନାହିଁ। ଏଭଳି ସମସ୍ୟା କୁ ପ୍ରଶାସନ କି ପଦକ୍ଷେପ ନେଉଛି ତାକୁ କେବଳ ଦେଖିବାକୁ ବାକି ରହିଲା। ସେଥିରେ ଅଙ୍ଗନବାଡି କେନ୍ଦ୍ର ର କୋଠା ନିର୍ମାଣ ପାଇଁ ଜମି ଦିଆସରିଥିଵା ଏଵଂ ଟଙ୍କା ମଞ୍ଜୁର ସରିଥିବା ବେଳେ ଆଜକୁ କିଛି ବର୍ଷ ହେଲା ତାହା କାର୍ଯ୍ୟକାରୀ କରାନଯିବା କେଉଁ ସ୍ୱ।ର୍ଥରେ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି।
