ବନ୍ଧୁତ୍ୱ ପୂର୍ଣ୍ଣ କ୍ରିକେଟ ମ୍ୟାଚ 

ଭୁବନ,୨୯/୦୧/୨୦୨୫ (ଓଡ଼ିଶା ସମାଚାର)- ଭୁବନ ବାଜି ରାଉତ ସ୍ମୃତି ମହାବିଦ୍ୟାଳୟ ଅଧ୍ୟକ୍ଷ ଅଜିତ କୁମାର ବେହେରା ଙ୍କ ଅବସରକାଳୀନ ସ୍ମୃତିରେ ଏକ ବନ୍ଧୁତ୍ୱ ପୂର୍ଣ୍ଣ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ବାଜିରାଉତ ସ୍ମୃତି ମହାବିଦ୍ୟାଳୟର କର୍ମଚାରୀ ଏକାଦଶଙ୍କ ସହ ସୁକିନ୍ଦା ମହାବିଦ୍ୟାଳୟର କର୍ମଚାରୀ ଏକାଦଶ ଅଂଶଗ୍ରହଣ କରିଥିଲେ । ସୁକିନ୍ଦା ମହାବିଦ୍ୟାଳୟ ଟସ ଜିତି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୫ ଓଭର୍ ରେ ୯୪ ରନ୍ ସଂଗ୍ରହ କରିଥିଲେ । ୯୫ ରନ୍ ଲକ୍ଷ୍ୟକୁ ବାଜି ରାଉତ ସ୍ମୃତି ମହାବିଦ୍ୟାଳୟ ୫ ୱିକେଟ୍ ହରାଇ ବିଜୟ ହାସଲ କରିଥିଲା। ବାଜି ରାଉତ ସ୍ମୃତି ମହାବିଦ୍ୟାଳୟ ତରଫରୁ ମୁଖ୍ୟ କିରାଣୀ କୈଳାସ ବେହେରା ୨୪ ରନ୍ ଓ ବିକାଶ ସେଠୀ ୨୫ ରନ୍ ସଂଗ୍ରହ କରିଥିଲେ। ଏହି ମ୍ୟାଚ୍ ରେ ବାଜିରାଉତ କଲେଜ ଗ୍ରନ୍ଥଗାରିକ ନନ୍ଦ କିଶୋର ଧିର ଓ ଶିକ୍ଷା ବିଭାଗର ଅଧ୍ୟାପକ ଅଲେଖ ଚନ୍ଦ୍ର ପାତ୍ର ଧାରାବିବରଣୀ ପ୍ରଦାନ କରିଥିବା ବେଳେ ଶିବ ସୁନ୍ଦର ସେନାପତି ଅମ୍ପାରିଂ କରିଥିଲେ । ବାଣିଜ୍ୟ ବିଭାଗର ଅଧ୍ୟାପିକା ଧାନି ମୂର୍ମୁ ଖେଳ ପରିଚାଳନାରେ ବିଶେଷ ସହଯୋଗ କରିଥିଲେ। ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ , ଛାତ୍ରଛାତ୍ରୀମାନେ ଉପସ୍ଥିତ ରହିଥିଲେ।

Leave a Reply

Your email address will not be published. Required fields are marked *