ହଂସଦିଆରେ ଝୁଲଣଯାତ୍ରା ଓ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

ମାହାଙ୍ଗା ୧୦/୦୮/୨୦୨୫ ( ଓଡିଶା ସମାଚାର /ଅଭୟ ଜେନା )- କଟକ ଜିଲ୍ଲା ମାହାଙ୍ଗା ବ୍ଲକ ମୂଳବସନ୍ତ ପଞ୍ଚାୟତ ଅନ୍ତର୍ଗତ ହଂସଦିଆ ଗ୍ରାମରେ ସଂସ୍କୃତି ପ୍ରେମୀ ନାରାୟଣ କରଙ୍କ ତତ୍ୱାବଧାନରେ ୨୮ ତମ ଝୁଲଣାଯାତ୍ର ଏବଂ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ଅଖିଳେଶ ମହାନ୍ତି ଯୋଗଦେଇ, ଓଡ଼ିଆ ଅସ୍ମିତା ଭିତରେ ବାର ମାସରେ ତେର ପର୍ବ ଆମ ସଂସ୍କୃତିକୁ ମହନୀୟ କରିପାରିଛି ବୋଲି କହିଥିଲେ । କବି ପ୍ରଶାନ୍ତ କୁମାର କରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ବହୁ ଲବ୍ଧ ପ୍ରତିଷ୍ଠିତ କଳାକାର, ସଂଗୀତକାର, ବାଦ୍ୟକାର ଏବଂ ସମାଜସେବୀଙ୍କୁ ଅନୁଷ୍ଠାନ ପକ୍ଷରୁ ପୁଷ୍ପଗୁଛ, ଉତ୍ତରୀୟ, ମାନପତ୍ର ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା ।

ପ୍ରଭୁ ବଳଭଦ୍ରଙ୍କ ଜନ୍ମ ତିଥିରେ ହଂସଦିଆ ଗ୍ରାମରେ ଦୀର୍ଘ ୨୮ ବର୍ଷ ଧରି ଝୁଲଣଯାତ୍ରା ଅନୁଷ୍ଠିତ ହୋଇଆସୁଛି l ପ୍ରଭୁଙ୍କ ପୂଜାର୍ଚ୍ଚନା ସାଙ୍ଗକୁ ଭଜନ-କୀର୍ତ୍ତନ, ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବା ପାଇଁ ସ୍ଥାନୀୟ ଅଂଚଳରୁ ବହୁ ଶ୍ରଦ୍ଧାଳୁ ଉତ୍ସବ ସ୍ଥଳୀରେ ଉପସ୍ଥିତ ଥିଲେ ।

ଚଳିତ ବର୍ଷ ଅନୁଷ୍ଠାନ ପକ୍ଷରୁ ସମାଜସେବା ଓ ସାହିତ୍ୟ ପାଇଁ ଅଖିଳେଶ ମହାନ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ଉତ୍ସବରେ କବି ପ୍ରଶାନ୍ତ କରଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ।  କଳା ଓ ସଂଗୀତ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଶତାୟୁ ସଂଗୀତକାର ବିଶ୍ୱନାଥ ପଲେଇ, ଉପସ୍ଥାପକ ଅଜୟ ପାତ୍ର,କଣ୍ଠଶିଳ୍ପୀ ସୁଧାଂଶୁ ପଣ୍ଡା, ସୁବାସ ରାଉତ, ତପନ ନନ୍ଦ, ପାୟଲ ନନ୍ଦ, ଅଶୋକ ରାୟ, ଦେବାଶିଷ ମିଶ୍ର, ନରେଶ ରାଉତ, ବସନ୍ତ ରାଉତ, ସନ୍ତୋଷ ଶତପଥୀ, ସୁବାସ ପୃଷ୍ଟି,ମାଷ୍ଟର ଟୁକୁନା, ପ୍ରଶାନ୍ତ ଲେଙ୍କା, ବବଲୁ ପଣ୍ଡା ଏବଂ ବବଲୁ ନନ୍ଦଙ୍କୁ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଗୟାଧର କର, ପ୍ରମୋଦ ପଣ୍ଡା, ଅଶୋକ ଦାଶ, ପ୍ରଦ୍ୟୁମ୍ନ କର, ମନୋରଞ୍ଜନ ଲେଙ୍କା  ପ୍ରମୁଖ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *