ଭୁବନ ବିଜେଡିର ବନ୍ଧୁ ମିଳନ 

ଭୁବନ ୦୪/୦୨/୨୦୨୬ (ଓଡ଼ିଶା ସମାଚାର)- ଭୁବନ ବ୍ଲକ ଅନ୍ତର୍ଗତ କୁନିନ୍ଦା ପଞ୍ଚାୟତର ବଡବନ୍ଧ ଠାରେ ବିଜେଡି ର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବାସ୍ତବରେ ଏହା ଆଗାମୀ ପଞ୍ଚାୟତ ନିର୍ବାଚନ ସକାଶେ ଏକ ପ୍ରସ୍ତୁତି ବୈଠକ ବୋଲି ଜନ ସାଧାରଣରେ ଚର୍ଚ୍ଚା ହେଉଛି ।

ଭୁବନ ବ୍ଲକ ବିଜେଡି ସଭାପତି ତଥା ୨ ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ‘ବନ୍ଧୁମିଳନ’ କାର୍ଯ୍ୟକ୍ରମ ରେ  ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସିପ୍ରା ବରାଳ,ପୂର୍ବତନ ଅଧ୍ୟକ୍ଷ ଶ୍ରୀଯୁକ୍ତ ଧର୍ମାନନ୍ଦ ବରାଳ , ଭୂବନ ଏନ୍ ଏ ସି ର ପୂର୍ବତନ ନଗରପାଳ ଶ୍ରୀଯୁକ୍ତ ଶୁଭେନ୍ଦୁ କୁମାର ସାହୁ , ପୂର୍ବତନ ବ୍ଲକ ବିଜେଡି ସଭାପତି ଶ୍ରୀଯୁକ୍ତ ସୁଧାକର ସାହୁ, ଭୂବନ ଏନ୍ ଏ ସି ସଭାପତି ଶ୍ରୀଯୁକ୍ତ ନରେନ୍ଦ୍ର କୁମାର ସାହୁ ଙ୍କ ସମେତ ନିର୍ବାଚିତ ସରପଞ୍ଚ ,ସମିତି ସଭ୍ୟ ,ଦଳୀୟ କାର୍ଯ୍ୟକର୍ତ୍ତା ମାନେ ଯୋଗଦେଇ ବାର୍ଦ୍ଧକ୍ୟ ଭତ୍ତା ୩୦୦୦ ନ ହେବା, ୩୦୦ ୟୁନିଟ ବିଦ୍ୟୁତ୍ ଛାଡ ନହେବା,ବ୍ଲକ ଅଧ୍ୟକ୍ଷ ଙ୍କ କ୍ଷମତା ସଙ୍କୁଚିତ କରି ବିଡ଼ିଓ ଙ୍କୁ କ୍ଷମତା ଦେଇ ଅସିସର ରାଜ ଚଳାଇବା, ଟାଟା ପାୱାର ର ଜୁଲମ ଦିନକୁ ଦିନ ବୃଦ୍ଧି ପାଇବା, ଜୋର୍ ଜବରଦସ୍ତି ସ୍ମାର୍ଟ ମିଟର ଲଗାଇବା, ଧାନ ମଣ୍ଡିରେ ଦଲାଲ ଓ ମିଲର ଙ୍କ ମର୍ଜି ରେ ଚାଷୀଙ୍କ ଠାରୁ କ୍ଵିଣ୍ଟାଲ ପିଛା ୧୦ କେଜି ଧାନ କାଟିବା ଇତ୍ୟାଦି ପ୍ରସଙ୍ଗ ଓ ସରକାରଙ୍କ ବିଫଳତା ସଂପର୍କରେ ପ୍ରାଞ୍ଜଳ ଭାବେ ବୁଝାଇବା ସହ ଇଏ “ଲୋକଙ୍କ ସରକାର ନୁହେଁ ଧୋକାବାଜ ସରକାର ” ବୋଲି ମତବ୍ୟକ୍ତ କରିଥିଲେ।

ଏହି ବୈଠକରେ ସରକାରଙ୍କ ବିଭିନ୍ନ ପ୍ରତିଶ୍ରୁତି ,ବିଫଳତା ଓ ଆଇନ ଶୃଙ୍ଖଳାକୁ ନେଇ କର୍ମକର୍ତ୍ତା ମାନେ ମଧ୍ୟ ପ୍ରବଳ ବର୍ଷିଥିଲେ । ଏହି ସବୁ ଜନବିରୋଧୀ ନୀତିକୁ ମୁଦ୍ଦା କରି ସଂଗଠନକୁ ସୁଦୃଢ଼ କରି ଆଗାମୀ ଦିନରେ ମିଛୁଆ ସରକାର ଙ୍କ ଜନ ବିରୋଧୀ ନୀତି କୁ ଘରେ ଘରେ ପହଞ୍ଚାଇବାକୁ ନିଷ୍ପତି ନିଆଯାଇଥିଲା । “ଓଡ଼ିଶା ବାସୀଙ୍କ ବଳ, ବିଜୁ ଜନତା ଦଳ ” ସର୍ବଦା ଲୋକଙ୍କ ସୁଖ-ଦୁଃଖରେ ସାଥି ହୋଇ ଥିଲା,ରହିଛି ଏବଂ ଆଗକୁ ମଧ୍ୟ ରହିବ ବୋଲି ବନ୍ଧୁ ମିଳନ କାର୍ଯ୍ୟକ୍ରମ ରେ ଆଲୋଚନା ହୋଇଥିଲା ! ଏହି କାର୍ଯ୍ୟକ୍ରମରେ ଶତାଧିକ ବିଜେଡି କର୍ମୀ ଯୋଗଦେଇ ଆଗାମୀ ପଞ୍ଚାୟତ ନିର୍ବାଚନ ରେ ପୁନର୍ବାର ଭୁବନ ବ୍ଲକ ଦଖଲ କରିବାକୁ ଶପଥ ନେଇଥିଲେ ।

Leave a Reply

Your email address will not be published. Required fields are marked *