ବିପର୍ଯ୍ୟୟ ପୀଡ଼ିତ ଙ୍କୁ ଆଇନ୍ ସେବା ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ

ଜଗତସିଂହପୁର ,୦୫/୯/୨୦୨୪ (ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ଅନ୍ତର୍ଗତ ଗୁଆଳିପୁର ଗ୍ରାମ ପଞ୍ଚାୟତ ଅଧୀନ ମହେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଜଗତସିଂହପୁର ଆଇନ୍ ସେବା ପ୍ରାଧିକରଣ ତରଫରୁ ନାଲସା ଯୋଜନା ଅନୁଯାୟୀ ବିପର୍ଯୟ ପୀଡ଼ିତ ଙ୍କୁ ଆଇନ୍ ସେବା ସମ୍ପର୍କରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ପ୍ରାଧିକରଣ ର ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ,ଉପଦେଷ୍ଟା, ଆଲୁମିନି କମିଟିର ସଦସ୍ୟ, ଶାରୀରିକ ଶିକ୍ଷା ଅଧିକାରୀ, ପାରା ଲିଗାଲ ସ୍ବେଚ୍ଛାସେବୀ ବୃନ୍ଦ, ଶିକ୍ଷକ ଶିକ୍ଷୟିତ୍ରୀ ବୃନ୍ଦ ପ୍ରମୁଖ ଉପସ୍ଥିତ ଥିଲେ। ଅତିଥିମାନେ ବିଦ୍ୟାଳୟ ପରିସର ଭିତରେ ଥିବା ବିଦ୍ୟାଳୟର ପ୍ରତିଷ୍ଠାତା ସ୍ବର୍ଗତ ଉପେନ୍ଦ୍ର ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ। ପାରା ଲିଗାଲ ସ୍ବେଚ୍ଛାସେବୀ ଅତିଥି ପରିଚୟ କରାଇଥିଲେ।ପ୍ରାଧିକରଣ ର ସଚିବ ଏହି କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ନାଲସା ଯୋଜନା ଅନୁଯାୟୀ ସଚେତନତା କରିଥିଲେ।ସେ ତାଙ୍କ ବକ୍ତବ୍ୟ ରେ କହିଥିଲେ ଯେ ଜଗତସିଂହପୁର ଏକ ଉପକୂଳବର୍ତ୍ତୀ ଅଞ୍ଚଳ ହୋଇଥିବାରୁ ବାତ୍ୟା ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟକୁ ସମ୍ମୁଖୀନ କରିବାକୁ ପଡେ। ବିପର୍ଯ୍ୟୟ ସମୟରେ ସାଧାରଣ ଲୋକମାନେ ଅସୁବିଧାର ଶିକାର ହୁଅନ୍ତି। ବନ୍ୟା ବାତ୍ୟା ମରୁଡି ଭୂକମ୍ପ ଭଳି ପ୍ରାକୃତିକ ବିପର୍ଯ୍ୟୟ ର ଶିକାର ହେଉଥିବା ଲୋକଙ୍କୁ କିପରି ଆଇନ୍ ଗତ ସେବା ଯୋଗାଇ ଦିଆଯିବ ଏହି ସମ୍ପର୍କରେ ବିସ୍ତୃତ ଭାବେ ଛାତ୍ର ଛାତ୍ରୀ ମାନଙ୍କୁ ବୁଝାଇଥିଲେ। ପ୍ରଧାନ ଶିକ୍ଷକ ସଭା ପରିଚାଳନା କରିଥିଲେ। ଶେଷରେ ଶିକ୍ଷୟିତ୍ରୀ ଧନ୍ୟବାଦ୍ ଦେଇଥିଲେ।

Leave a Reply

Your email address will not be published. Required fields are marked *