୭୯ ତମ ସ୍ବାଧିନତା ଦିବସ ଉପଲକ୍ଷେ ଓପନ କୁଇଜ୍ ଏବଂ ଦେଶାତ୍ମବୋଧକ ନୃତ୍ୟ ପ୍ରତିଯୋଗିତା।

ଯାଜପୁର,୧୦/୦୮/୨୦୨୫ (ଓଡ଼ିଶା ସମାଚାର)-ଯାଜପୁର ଠାରେ ଜିଲ୍ଲାସ୍ତରୀୟ ୭୯ ତମ ସ୍ବାଧିନତା ଦିବସ ପାଳନ ଉପଲକ୍ଷେ ଆଜି ସ୍ଥାନୀୟ ଗୌତମ ବୁଦ୍ଧ ସଂସ୍କୃତି ଭବନ ପରିସରରେ ଅଗ୍ରଣୀ ବ୍ୟାଙ୍କ ପରିଚାଳକ ଓ ଜିଲ୍ଲା ପ୍ରଶାସନ ମିଳିତ ଆନୁକୁଲ୍ୟରେ ଓପନ କୁଇଜ୍ ଓ ଦେଶାତ୍ମବୋଧକ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଅଛି। ଓପନ କୁଇଜ୍ ପ୍ରତିଯୋଗିତାରେ ଶହେରୁ ଉର୍ଦ୍ଧ୍ବ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ। ୧ମ ରୁ ୭ମ ଶ୍ରେଣୀ, ୮ମ ରୁ ୧୦ମ ଶ୍ରେଣୀ, +୨ ଶ୍ରେଣୀ ଓ ଅଭିଭାବକ ମାନେ ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ।

କୁଇଜ୍ ମାଷ୍ଟର ଭାବେ ଶିକ୍ଷାବିତ୍ ସୁବାଷ ଚନ୍ଦ୍ର ମହାପାତ୍ର ଓ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ନିରୁପମା ମହାନ୍ତି ପ୍ରତିଯୋଗିତା ପରିଚାଳନା କରିଥିଲେ। ଏଥିରେ ମୋଟ ୫୦ ଜଣ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ସେହିଭଳି ବିଦ୍ୟାଳୟ ସ୍ତରୀୟ ଦେଶାତ୍ମବୋଧକ ନୃତ୍ୟ ପ୍ରତିଯୋଗିତାରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ୮ ଟି ଗ୍ରୁପ ଯୋଗ ଦେଇଥିଲେ ଏବଂ ସେମାନଙ୍କ ମଧ୍ୟରୁ ୪ ଟି ଗ୍ରୁପ ମନୋନୀତ ହୋଇଥିଲେ। ସେମାନେ ସ୍ଵାଧୀନତା ଦିବସ ଦିନ ଜିଲ୍ଲାସ୍ତରୀୟ ଉତ୍ସବ ରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ ।

ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଶ୍ରୀ କାମିନୀ ରଞ୍ଜନ ପଟ୍ଟନାୟକ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଜିଲ୍ଲା ସଂସ୍କୃତି ବିଭାଗର କନିଷ୍ଠ ସହାୟକ ଜ୍ୟୋତିରଂଜନ କର, ଅଜିତ୍ କୁମାର ବେହେରା, ସୁଶାନ୍ତ ଗୋଚ୍ଛାୟତ, ପବିତ୍ର ମୋହନ ମଲ୍ଲିକ, ପ୍ରକାଶ କୁମାର ଜେନା, ରତିକାନ୍ତ ମହାନ୍ତି କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥଲେ।

Leave a Reply

Your email address will not be published. Required fields are marked *