କେନ୍ଦ୍ରାପଡାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭଙ୍କୁ ଶ୍ରଦ୍ଧାଞ୍ଜଳି

କେନ୍ଦ୍ରାପଡ଼ା,୦୩/୦୧/୨୦୨୬(ଓଡ଼ିଶା ସମାଚାର)-ଆଧୁନିକ ଓଡିଶାର ନିର୍ମାତା, ମହାନ ରାଜନୀତିଜ୍ଞ, ସାମ୍ବାଦିକ, ସାହିତି୍ୟକ, ଦୂରଦର୍ଶୀ ରାଜନେତା ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କୁ ଜନ୍ମ ଶତବାର୍ଷିକୀ ଅବସରରେ କେନ୍ଦ୍ରାପଡାରେ ଜାନକୀବଲ୍ଲଭ ସ୍ମୃତି ପରିଷଦ ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । କେନ୍ଦ୍ରାପଡା ସହରର ପୂର୍ତ ଡିଭିଜନ ସମ୍ମୁଖରେ ଥିବା ସ୍ୱର୍ଗତ ପଟ୍ଟନାୟକଙ୍କ ପ୍ରତିମୂର୍ତିରେ ସାମୁହିକ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଛି ।

ଏହି ଉପଲକ୍ଷେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସମାରୋହ କାର୍ଯ୍ୟକ୍ରମରେ ବରିଷ୍ଠ କଂଗ୍ରେସ ନେତା ଫକୀର ଚରଣ ଖଟୁଆ ଯୋଗଦେଇ କହିଲେ ସ୍ୱର୍ଗତ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ସମୟରେ ସୀମିତ ବଜେଟରେ କଟକରେ ରିଂବନ୍ଧ ନିର୍ମାଣ, ଇନଡୋର ଷ୍ଟାଡିୟମ, ଓଭରବ୍ରିଜ, ଜଗତପୁର ଓ ମଧୁପାଟଣାରେ ଶିଳ୍ପାଋଳ ପ୍ରତିଷ୍ଠା, ଏସିଆର ସର୍ବବୃହତ ଆଲୁମିନିୟମ ଶିଳ୍ପ ନାଲକୋର ପ୍ରତିଷ୍ଠା, ବଲାଙ୍ଗିରରେ ଗୁଳିଗୋଳା କାରଖାନା ପ୍ରତିଷ୍ଠା, ଓମଫେଡର ପ୍ରତିଷ୍ଠା ଭଳି ବହୁ ଉନ୍ନତିମୂଳକ କାର୍ଯ୍ୟ କରିଯାଇଛନ୍ତି । ଏସବୁ ତାଙ୍କୁ ଅମର କରିରଖିଛି ବୋଲି ଶ୍ରୀ ଖଟୁଆ କହିଥିଲେ ।

ଏହି କାର୍ଯ୍ୟକ୍ରମରେ ସ୍ମୃତି କମିଟି ସମ୍ପାଦକ ମୁକ୍ତାର ଖାଁ, ବରିଷ୍ଠ କଂଗ୍ରେସ ନେତା ପ୍ରଫୁଲ୍ଲ ଦାସ, ପ୍ରାଧ୍ୟାପକ ନନ୍ଦ କିଶୋର ପରିଡା, ଜ୍ଞାନରଞ୍ଜନ ମହାନ୍ତି, ଆକବର ଅଲ୍ଲୀ, ଉମାଶଙ୍କର ଜେନା, ଶିକ୍ଷାବୀତ ଡ. ଚୈତନ୍ୟ ଚରଣ ପରିଡା, କୁଳମଣି ନାୟକ, ବିଧୁଭୂଷଣ ମହାପାତ୍ର, ପ୍ରଫୁଲ୍ଲ ସାହୁ, ସୌମେନ୍ଦ୍ର ପୃଷ୍ଟି, ସିଦ୍ଧାର୍ଥଶଙ୍କର ଜେନା, ନଗର ବିଜେଡି ସଭାପତି ଯଯାତିକେଶରୀ ମହାନ୍ତି, ଶ୍ରୀଧର ନାଥ, ବିଜୟ ସାହୁ, ଅବଧୂତ ରାଉତ, ବ୍ଲକ ବିଜେଡି ସଭାପତି ଆଲୋକ ସାହୁ, ଶରତ ବେହୁରା, ଜିଲା ବିଜେଡି ସଭାପତି ଶିବ ପ୍ରସାଦ ଭଳ, କାଉନସିଲର ରମେଶ ଚନ୍ଦ୍ର ଦାସ, ଅଶୋକ ପ୍ରତିହାରୀ, ସୟଦ ଇସମାଇଲ ହୋସେନ, ଉମେଶ ପାଢୀ, ରୋହିତ ରାଉତ, ବିଜୟ ନାୟକ, ଦେବପ୍ରସାଦ ପାଣି, ବିବେକାନନ୍ଦ ସାମନ୍ତରାୟ, କିଶୋର କୁମାର ନାଥ, ଲକ୍ଷ୍ମୀକାନ୍ତ ଦାଶ, ସୁବାସ ସାହୁ, ମଳୟ ଦାସ, ରତିକାନ୍ତ ସାମଲ, ଆଶିଷ ଲେଙ୍କା ପ୍ରମୁଖ ଶତାଧିକ ଦଳୀୟ ନେତା, କର୍ମୀ, ବିଭିନ୍ନ ଦଳର କାର୍ଯ୍ୟକର୍ତା ଓ ଜନସାଧାରଣ ଯୋଗଦେଇ ସ୍ୱର୍ଗତ ପଟ୍ଟନାୟକଙ୍କ ପ୍ରତିମୂର୍ତିରେ ସାମୁହିକ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *