କଟକ ସଦର, ୦୯/୦୮/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ସ୍ୱତନ୍ତ୍ର ଓଡ଼ିଶା ଗଠନର ପ୍ରମୁଖ ନାୟକ ତଥା ରାଜ୍ୟର ପ୍ରଥମ ମୁଖ୍ୟମନ୍ତ୍ରୀ ଉତ୍କଳ କେଶରୀ ଡ଼ଃ ହରେକୃଷ୍ଣ ମହତାବଙ୍କ ପ୍ରିୟ ତଥା ବେଶ୍ ସୁପରିଚିତ ମର୍ସିଡିଜ୍ ଵେଞ୍ଜ୍ ଡି-୧୮୦ ମଡେଲ ର ‘ନାଲି କାର୍’ ଏଵେ ଦିଲ୍ଲୀରୁ କଟକ ଫେରିଛି। ଏହାକୁ ଏକ ସ୍ମୃତି ସ୍ଵରୁପ ତାଙ୍କର
ସୁପୁତ୍ର କଟକ ସାଂସଦ ଭର୍ତୃହରି ମହତାବ ଦିଲ୍ଲୀରୁ ଆଣି ତାଙ୍କ ପ୍ରତିଷ୍ଠିତ ଵିହାରିଵାଗ ର ପ୍ରଜାତନ୍ତ୍ର ପରିସରରେ ସର୍ବସାଧାରଣ ଙ୍କ ଦେଖିବା ନିମନ୍ତେ ଏକ ଛୋଟ ସଂଗ୍ରାହଳୟରେ ପ୍ରଦର୍ଶନ ର ଵ୍ୟଵ୍ୟସ୍ଥା କରିଛନ୍ତି ।
ସୂଚନାଯୋଗ୍ୟ ଯେ ଡ଼ଃ ମହତାବ ବମ୍ବେର ରାଜ୍ୟପାଳ ଥିବା ବେଳେ ଯା’ଆସ ପାଇଁ ଉକ୍ତ ସୌଖିନ ମର୍ସିଡିଜ୍ ନାଲି କାରକୁ ସେତେବେଳେ ୧୯୫୫ ମସିହାରେ ୧୮ ହଜାର ୫ ଶହ ଟଙ୍କାରେ କିଣିଥିଲେ। ଯାହାର ନମ୍ବର ଥିଲା ଵିଏମଏଲ ୬୬୯୪।
