କଟକ ସଦର ନିର୍ବାଚନ ମଣ୍ଡଳୀରେ ୬୪ ଟି ବୁଥ୍ ବଢିଲା 

କଟକ ସଦର, ୦୯/୦୮/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଯେଉଁସବୁ ଵୁଥରେ ୧୧ ଶହରୁ ଊର୍ଦ୍ଧ୍ବ ଭୋଟର ଥିଲେ ସେସବୁକୁ ଭାଙ୍ଗି ନୂତନ ବୁଥ୍ କରିବାକୁ ରାଜ୍ୟ ନିର୍ବାଚନ କମିଶନର ଜିଲ୍ଲା ପ୍ରଶାସନ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଥିପାଇଁ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଅଧିକ ଭୋଟର ଥିବା ଵୁଥ କୁ ପୃଥକ କରାଯାଇ ନୂତନ ଵୁଥ ଗଠନ କରାଯାଇଥିଵା ଜଣାପଡିଛି।

କଟକ ଜିଲ୍ଲା ର ୯ ଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ୨୨୯୧ ଟି ଵୁଥ୍ ଥିବା ବେଳେ ଏଵେ ତାହା ୬୦୯ କୁ ବଢ଼ି ୨୮୯୮ ରେ ପହଞ୍ଚିଛି। ଏହି ପରିପ୍ରେକ୍ଷୀରେ କଟକ ସଦର ନିର୍ବାଚନ ମଣ୍ଡଳୀରେ ପୂର୍ବରୁ ୨୪୨ ଟି ଵୁଥ୍ ଥିବା ବେଳେ ଏଵେ ତାହା ୬୪ କୁ ବୃଦ୍ଧି ପାଇ ୩୦୬ ରେ ପହଞ୍ଚି ଥିବା ଜଣାଯାଇଛି। ଆଗାମୀ ଦିନରେ ଏହା ଭୋଟର ମାନଙ୍କ ପାଇଁ ସୁବିଧା ହେବ ବୋଲି ଜଣାପଡିଛି।

Leave a Reply

Your email address will not be published. Required fields are marked *