କଟକ ସଦର, ୦୯/୦୮/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା):ଆଜି ଶନିବାର ଗହ୍ମା ପୂର୍ଣ୍ଣିମା।କୃଷ୍ଣାଗ୍ରଜ ପ୍ରଭୁ ବଳଭଦ୍ରଙ୍କ ଜନ୍ମଦିନ। ଯେହେତୁ ବଳଭଦ୍ର ଦେବ ପାଟରା ଜାତିର କୂଳ ଦେବତା ତେଣୁ ତାଙ୍କର ଜନ୍ମ ଦିବସକୁ ରାଜ୍ୟର ବିଭନ୍ନ ସ୍ଥାନରେ ବସବାସ କରୁଥିବା ପାଟରା ସମ୍ପ୍ରଦାୟ ମାନେ ତିନି ଦିନ/ପାଞ୍ଚଦିନ ଧରି ପାରମ୍ପରିକ କୌଳିକ ଗହ୍ମାପର୍ଵ ଭାବେ ଧୁମଧାମରେ ପାଳନ କରିଥାନ୍ତି।
ଏଥିପାଇଁ କଟକ ସଦର ର କିଶନନଗର, ହରିପୁର,ଵାରଦା, ନୂଆଗାଁ, ହାଟୁଆରି,ଵମ୍ଵୁରି,ମହୁରା, ପାରାଵିଲ୍ ଗ୍ରାମ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଉତ୍ସବ ମୁଖର ହୋଇଉଠିଛି। ପ୍ରଥମ ଦିନ ବଳଭଦ୍ରଙ୍କୁ ଆବାହନ କରାଯାଇ ମଧ୍ୟମ ଦିବସରେ ନାନାଦି ପ୍ରକାର ପିଠାପଣା ପ୍ରସ୍ତୁତ ହୋଇ ଲାଗି କରାଯାଏ। ଅନ୍ତିମ ଉଦଯାପନ ଦିବସରେ ନଅ ତିଅଣ ଛ ଭଜା ସହ ଶାଗ ଭାତ ସାରୁ ପତ୍ର ରେ ଵଢାଯାଇ ଲାଗି କରାଯିବା ବିଧି ରହିଆସିଛି। ସୂଚନାଯୋଗ୍ୟ ଯେ ଶ୍ରୀମନ୍ଦିର ପୁରୀ ଓ କେନ୍ଦ୍ରାପଡା ବଳଦେବ ମନ୍ଦିର ରେ ପାଟରା ସେବାୟତ ଙ୍କ ଦ୍ୱାରା ପ୍ରସ୍ତୁତ ପାଟ ରାକ୍ଷୀ ଶ୍ରୀ ଜୀଉ ମାନଙ୍କୁ ପିନ୍ଧା ଯାଇଥାଏ।
