ଯାଜପୁର , ୨୬/୦୩/୨୦୨୪ (ଓଡ଼ିଶା ସମାଚାର ସୁରେଶ କୁମାର କର): ବରୀ ପଂଚାୟତ ସମିତି ସଭ୍ୟ ତଥା ବରୀ ନିର୍ବାଚନ ମଣ୍ଡଳୀ ବିଜେଡି ଯୁବ ନେତା ସଂଜୀବ କୁମାର ଜେନା ଓ ସମର୍ଥକ ମାନେ ସଂଜୀବ ସେନା ପକ୍ଷରୁ ଆୟୋଜିତ ଚଳିତ ବର୍ଷ ହୋଲି ଆଜି ସଂଜୀବ ଙ୍କ ଅଚ୍ୟୁତ ଭବନରେ ମହା ସମାରୋହରେ ପାଳନ କରିଛନ୍ତି ।
ହଜାର ହଜାର ସମର୍ଥକ ଓ ଶୁଭେଚ୍ଛୁ ଙ୍କ ସହ ମିଶି ହୋଲି ପାଳନ ତାଙ୍କୁ ବେଶ ଖୁସି ଓ ଆନନ୍ଦିତ କରିଛି ବୋଲି ସଂଜୀବ କହିଛନ୍ତି । ହୋଲି ଅବସରରେ ସମସ୍ତ ଙ୍କୁ ଭାଇଚାରା ବଜାୟ ରଖିବା ଓ ବରୀ ର ଉନ୍ନତି ପାଇଁ କାମ କରିବାକୁ ସଂଜୀବ ନିବେଦନ ମଧ୍ୟ କରିଛନ୍ତି ।