ଜଗତସିଂହପୁର,୦୫/୦୮/୨୦୨୫ (ଓଡ଼ିଶା ସମାଚାର)- ଆଜି ପୂର୍ବାହ୍ନ ରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ର ଜିଲ୍ଲା ଜରୁରୀ ବିଭାଗ ସମ୍ମୁଖ ରେ ଚାଷୀ ମାନଙ୍କ ଫସଲ ସୁରକ୍ଷା ପାଇଁ ଥିବା ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ର “ବୀମା ରଥ” ଜିଲ୍ଲାପାଳ ଶ୍ରୀ ଜେ. ସୋନାଲ ଙ୍କ ଦ୍ଵାରା ଉଦଘାଟିତ ହୋଇ ଯାଇଛି।
ଏହି କାର୍ଯ୍ୟକ୍ରମ ରେ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ, ଶ୍ରୀ ସମ୍ବିତ କୁମାର ରାଉତ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ବିଶ୍ୱଜିତ୍ ପଣ୍ଡା, ଜିଲ୍ଲା ସମବାୟ ନିବନ୍ଧକ ପ୍ରଭାତ ଶତପଥି ପ୍ରମୁଖ ଉପସ୍ଥିତ ଥିଲେ। ଏହି ପ୍ରଚାର ରଥ ଫସଲ ବୀମା ର ଉପଯୋଗୀତା ସମ୍ପର୍କ ରେ ଚାଷୀ ଭାଇ ମାନଙ୍କୁ ସଚେତନ କରିବା ପାଇଁ ସମସ୍ତ ବ୍ଲକ ପରିଭ୍ରମଣ କରିବ। ଏଠାରେ ସୂଚନା ଯୋଗ୍ୟ, ଅଣ ଋଣୀ ଚାଷୀ ଭାଇ ମାନଙ୍କ ପାଇଁ ପଞ୍ଜିକରଣ ତିଥି ଅଗଷ୍ଟ ୧୪ ତାରିଖ ପଯ୍ୟନ୍ତ ବୃଦ୍ଧି କରାଯାଇଛି।
ପ୍ରତିଟି ପ୍ଲଟ ପିଛା ମାତ୍ର ଏକ ଟଙ୍କା ଦେଇ ଚାଷୀ ବିଜ୍ଞାପିତ ଫସଲ ଧାନ ପାଇଁ, ନିକଟସ୍ଥ ଜନସେବା କେନ୍ଦ୍ର, ବ୍ୟାଙ୍କ, ସମବାୟ ସମିତି ରେ ଚାଷୀ ବୀମା କରି ପାରିବେ। ହେକଟର ପିଛା ଜଳସେଚିତ ଜମି ର କ୍ଷୟକ୍ଷତି ପାଇଁ ୯୭୫୦୦ ଟଙ୍କା ପର୍ଯ୍ୟନ୍ତ ବୀମା ରାଶି, ମିଳିବା ର ସୁବିଧା ଏହି ଯୋଜନା ରେ ରହିଛି। ଏହି କାର୍ଯ୍ୟକ୍ରମ କୁ ଜିଲ୍ଲା ସଂଯୋଜକ ପ୍ରମୋଦ କୁମାର ନାୟକ ପରିଚାଳନା କରିଥିଲେ।
ରିସ୍କ ଟିମ ସଂଯୋଜକ ନଯିମ, ବ୍ଲକ ସଂଯୋଜକ କବି ପ୍ରସାଦ ନାୟକ, ପ୍ରଶାନ୍ତ ବାରିକ, ଚନ୍ଦନ ମହାରଣା, ସୁଭାଷ ନାୟକ ପ୍ରମୁଖ ସହଯୋଗ କରିଥିଲେ।
