ପାଟକୁରା,୦୫/୦୮/୨୦୨୫ (ଓଡିଶା ସମାଚାର)- ଆଜି ଗରଦପୁର ବ୍ଳକ ଅଧୀନ ପଦ୍ମପୁର ଗ୍ରାମ ପଞ୍ଚାୟତ ସଦଭାବନା ଗୃହରେ କାନାଡ଼ା ବ୍ୟାଙ୍କର ନୂଆପଡା ଶଖା ତରଫରୁ ଏକ ସଚେତନତା ଶିବିରର ଆୟୋଜନ କରାଯାଇଥିଲା ।

ଜନ ସୁରକ୍ଷା ଯୋଜନା ଅଧୀନରେ ପଂଚାୟତ ସ୍ତରୀୟ ପରିପୂର୍ତ୍ତି ଅଭିଯାନ ନାମରେ ଏହି ସଚେତନତା ଶିବିରରେ ମିଶନ ଶକ୍ତି ମହିଳା ମାନଙ୍କୁ ଆର୍ଥିକ ପରିଚାଳନା ସମ୍ପର୍କ ରେ ପ୍ରଶିକ୍ଷଣ ଦିଆଯାଇଥିଲା । ବ୍ୟାଙ୍କ ଦ୍ୱାରା ବିଭିନ୍ନ ସରକାରୀ ଯୋଜନାକୁ ହିତାଧିକାରୀଙ୍କ ନିକଟରେ ପହଂଚାଇବା, ସାଇବର ଠକାମୀ ଠାରୁ ହିତାଧିକାରିଣୀ ଙ୍କୁ ଦୂରରେ ରଖିବା ସମ୍ପର୍କ ରେ ସୂଚନା ଦିଆଯାଇଥିଲା ।
ଏତଦ ବ୍ୟତୀତ ନିୟମିତ ଋଣ କାରବାର କରିବା ସାଙ୍ଗକୁ ଋଣ ପରିଶୋଧ କରି ନିଜକୁ ଆର୍ଥିକ ସ୍ୱାବଲମ୍ବୀ କରିବା, ପ୍ରଧାନ ମନ୍ତ୍ରୀ ଧନ ଜନ ଯୋଜନାରେ ବ୍ୟାଙ୍କରେ ସଂଚୟ ଖାତା ଖୋଲିବା, ପ୍ରଧାନ ମନ୍ତ୍ରୀ ଜୀବନ ଜ୍ୟୋତି ବୀମା, ଅଟଳ ପେନସନ ଯୋଜନା ସମ୍ପର୍କ ରେ ଅତିଥି ମାନେ ଗୁରୁତ୍ୱ ଆରୋପ କରିଥିଲେ । ଏହି ଶିବିର ରେ ଗରଦପୁର ବ୍ଳକ ଅଧ୍ୟକ୍ଷ ଅଭୟ କୁମାର ମହାରାଜ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବ୍ୟାଙ୍କ ଦ୍ୱାରା ବିଭିନ୍ନ ସରକାରୀ ଯୋଜନା କିଭଳି କାର୍ୟ୍ୟକାରୀ ହେଉଛି ସେବିଷୟରେ ଆଲୋଚନା କରିଥିଲେ ।
କାନାଡ଼ା ବ୍ୟାଙ୍କ ସର୍କଲ ଅଫିସର ବରିଷ୍ଟ ପ୍ରବନ୍ଧକ ରାଜେଶ ସାମନ୍ତରାୟ ଜନସାଧାରଣ ଙ୍କ ଆର୍ଥିକ ଅଭିବୃଦ୍ଧିରେ ବ୍ୟାଙ୍କର ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ । ନୂଆପଡା ଶଖା ପରିଚାଳକ ନୃସିଂହ ଚରଣ ଭୂୟାଁ କାର୍ୟ୍ୟକ୍ରମ ସଞ୍ଚାଳନ କରିଥିଲେ । ମିଶନ ଶକ୍ତିର ଶତାଧିକ ମହିଳା ଏଥିରେ ଭାଗ ନେଇଥିଲେ ।
