ମରୁଡି ପରିସ୍ଥିତି ର ସୁ ପରିଚାଳନା ପାଇଁ ପ୍ରଶିକ୍ଷଣ ଶିବିର

ଜଗତସିଂହପୁର ୨୧/୦୩/୨୦୨୫ (ଓଡ଼ିଶା ସମାଚାର)-  ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ଆନୁକୂଲ୍ୟ ରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର  ଓସ୍ଵାନ ଭି ସି ହଲ ରେମରୁଡି  ପରିସ୍ଥିତି ର ସୁପରିଚାଳନା ପାଇଁ ଏକ ଜିଲ୍ଲା ସ୍ତରୀୟ ୱାର୍କସପ୍,  ଅନୁଷ୍ଠିତ ହୋଇଥିଲା।

ଏହି ୱାର୍କସପ୍ ରେ ଡେପୁଟି ଜିଲ୍ଲାପାଳ, ଜରୁରୀ ବିଭାଗ,ଅନିଶା ଦାସ ସଭାପତିତ୍ବ କରିଥିଲେ। ଏଥି ସହିତ   ଜିଲ୍ଲା କୃଷି ଅଧିକାରୀ, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ, ସହକାରୀ ନିର୍ଦ୍ଦେଶକ,ମୃତ୍ତିକା ସଂରକ୍ଷଣ ,ସହକାରୀ ନିର୍ଦ୍ଦେଶକ, ଉଦ୍ୟାନ କୃଷି,ଜଳସମ୍ପଦ ବିଭାଗ ର ଅଧିକାରୀ ଏବଂ ଜିଲ୍ଲା ପ୍ରକଳ୍ପ ଅଧିକାରୀ ସୁଧାଂଶୁ ଶେଖର ପୃଷ୍ଟି ପ୍ରମୁଖ ଉପସ୍ଥିତ ଥିଲେ।

କୌଣସି ମରୁଡି ପରିସ୍ଥିତି ରେ ଜିଲ୍ଲାରେ କେମିତି ସଫଳତା ର ସହ ମୁକାବିଲା କରାଯିବ ସେଥିପାଇଁ ଏକ ଯୋଜନା ପ୍ରସ୍ତୁତି ନିମନ୍ତେ ଆଲୋଚନା ହୋଇଥିଲା। ସମସ୍ତ ବିଭାଗୀୟ ଅଧିକାରୀ ନିଜର ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ।

Leave a Reply

Your email address will not be published. Required fields are marked *