ପ୍ରତ୍ୟେକ ପଞ୍ଚାୟତ ହେଡକ୍ୱାର୍ଟର୍ସରେ ଗୋଟିଏ ଲେଖାଏଁ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ନିର୍ମାଣ ହେବ

ଭୁବନେଶ୍ୱର,୦୫/୦୮/୨୦୨୫(ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ୮୩୫ଟି ଆଦର୍ଶ ବିଦ୍ୟାଳୟ ନିର୍ମାଣ ହେବ।- ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ଏହି ସୂଚନା ଦେଇଛନ୍ତି ।

ପ୍ରତ୍ୟେକ ପଞ୍ଚାୟତ ହେଡକ୍ୱାର୍ଟର୍ସରେ ଗୋଟିଏ ଲେଖାଏଁ ଆଦର୍ଶ ସ୍କୁଲ ନିର୍ମାଣ ହେବ। ପ୍ରତ୍ୟେକ ବିଦ୍ୟାଳୟ ପାଇଁ ୭ କୋଟି ଟଙ୍କା ପର୍ଯ୍ୟନ୍ତ ବ୍ୟୟ ଅଟକଳ ରଖାଯାଇଛି। ଦୁର୍ଗମ ଅଂଚଳର ପିଲାଙ୍କ ଯିବା ଆସିବା ପାଇଁ ମାଗଣା ପରିବହନ ସୁବିଧା କରାଯିବ।

Leave a Reply

Your email address will not be published. Required fields are marked *