ମାଟ୍ରିକ ଏବଂ +2 ପରୀକ୍ଷା ନିମନ୍ତେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ

ଭୁବନେଶ୍ୱର, ୦୬/୦୨/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଆଜି ସନ୍ଧ୍ୟାରେ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ଚଳିତ ମାସ ୨୦ ତାରିଖରେ ମାଟ୍ରିକ ଏବଂ ଚଳିତ ମାସ ୧୬ ତାରିଖରେ +୨ ପରୀକ୍ଷା ଅନୁଷ୍ଠିତ ହେବାକୁ  ଥିବା ପରିପ୍ରେକ୍ଷୀରେ ପରୀକ୍ଷା ପରିଚାଳନା ସମୀକ୍ଷା ଆଭାସୀ  ବୈଠକ ୩୦ ଟି ଜିଲ୍ଲାର ଜିଲ୍ଲାପାଳ ଏବଂ ଜିଲ୍ଲା ଆରଖୀ ଅଧୀକ୍ଷଙ୍କ  ମଧ୍ୟରେ  ଅନୁଷ୍ଠିତ  ହୋଇଯାଇଅଛି । ଏହି ବୈଠକରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର  ତଥା ଶାସନ ସଚିବ ଅଶ୍ଵଥି. ଏସ ., ଉଚ ମାଧମିକ ଶିକ୍ଷା ପରିଷଦର ଅଧ୍ୟକ୍ଷ ଶ୍ରୀ ଅଶ୍ଵିନୀ କୁମାର ମିଶ୍ର ,ମାଧମିକ ଶିକ୍ଷା ପରିଷଦର ସଭାପତି ଶ୍ରୀକାନ୍ତ ତରାଇ, ଉପସଭାପତି ,ଡାଃ ନିହାର ରଞ୍ଜନ ମହାନ୍ତି,ମାଧମିକ ଶିକ୍ଷା ନିର୍ଦ୍ଧେଶକ ଶ୍ରୀ ସୁଶାନ୍ତ ସୁଶାନ୍ତ ଦାଶ, ଉଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଧେଶକ ଶ୍ରୀ ରଘୁରାମ ଆର ଆୟାର, ସ୍ଵତନ୍ତ୍ର ଶାସନ ସଚିବ ଶ୍ରୀମତୀ ଶୁଭଶ୍ରୀ ନନ୍ଦ ଙ୍କ ସମେତ ବିଭାଗୀୟ ଅଧିକାରୀ ବୃନ୍ଦ ଉପସ୍ଥିତ ଥିଲେ ।

          ଏହି ପରୀକ୍ଷା ପରିଚାଳନକୁ  “ଶୂନ୍ୟ  ସହନସିଲତା” ଭାବରେ ସର୍ବାଧିକ ଗୁରୁତ୍ଵ  ଦେବାକୁ ରାଜ୍ୟର ସମସ୍ତ ଜିଲ୍ଲାପାଳ ଏବଂ ଜିଲ୍ଲା ଆରଖି ଅଧିକ୍ଷକ ମାନଙ୍କୁ  ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି ।  ଏଥିନିମନ୍ତେ ସାମାନ୍ୟ ତ୍ରୁଟି କୁ ବରଦାସ୍ତ କରାଯିବ ନ।ହିଁ ।

          ପରୀକ୍ଷା ପ୍ରଶ୍ନ ପତ୍ର Nodal Centerରେ କଡା ସୁରକ୍ଷା ବଳୟ ମଧ୍ୟରେ ଯତନର ସହିତ ରଖାଯିବ ଏବଂ ପରୀକ୍ଷା ଅନୁଷ୍ଠିତ ହେଉଥିବା କେନ୍ଦ୍ରରେ  ନିୟୋଜିତ ହୋଇଥିବା ପର୍ଯ୍ୟବେକ୍ଷକ ଙ୍କ ଉପସ୍ଥିତିରେ ସେଣ୍ଟର ସୁପରିତେଣ୍ଡେଣ୍ଟ ମାନେ ପ୍ରଶ୍ନପତ୍ର ଗ୍ରହଣ କରିବେ ।

          ପରୀକ୍ଷା ଦିନ ଠାରୁ ଆରମ୍ଭ କରି ପରୀକ୍ଷା ଉତ୍ତର ଖାତା ମୂଲ୍ୟାୟନ କେନ୍ଦ୍ରରେ ରଖାଯିବ।  ଓ ମୂଲ୍ୟାୟନ ଶେଷ,  ଯେପରି ସବୁ କାର୍ଯ୍ୟ ନିର୍ଭୁଲ ଭାବରେ ପରିଚାଳିତ ହେବ ସେସବୁ ବ୍ୟବସ୍ଥାକୁ କଡାକଡି  ଅନୁପାଳନ ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଧେଶ  ଦେଇଛନ୍ତି ।

          ପରୀକ୍ଷା ଦାୟିତୋରେ ଥିବା ଶିକ୍ଷା ଅଧିକାରୀ, ବିଭାଗୀୟ ଅଧିକାରୀ, ଶିକ୍ଷକ , ଅଧ୍ୟାପକ ଆଦି କର୍ମଚାରୀ କାର୍ଯ୍ୟରେ ଅବହେଳା କଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ଜିଲ୍ଲାପାଳ ଏବଂ ଜିଲ୍ଲା ଆରଖୀ ଅଧିକ୍ଷକଙ୍କୁ  ପରାମର୍ଶ ଦେଇଛନ୍ତି ।

          ମାଟ୍ରିକ ପରୀକ୍ଷାରେ 5,51,611 ଜଣ , ରାଜ୍ୟ ମୁକ୍ତ ବିଦ୍ୟାଳୟରେ 7831 ଜଣ, ମାଧ୍ୟମ।ରେ 3037 ଜଣ ଙ୍କୁ ମିଶାଇ ମୋଟ 5,62,000 ଛାତ୍ର ଛାତ୍ରୀ ପରୀକ୍ଷା ଦେବେ। ଏହିପରି +2 ରେ 2,37,750 ଜଣ କଳ। ରେ 1,16,620 ଜଣ ବିଜ୍ଞାନରେ,26089 ଜଣ ବାଣିଜ୍ୟରେ ଓ  5791 ଜଣ  ଧନ୍ଦାମୂଳକକୁ ମିଶାଇ   ମୋଟରେ 386250 ଜଣ ଛ।ତ୍ର ଛାତ୍ରୀ ପରୀକ୍ଷା ଦେବେ । ଏଥିପାଇଁ ମାଟ୍ରିକ ମୁକ୍ତ ବିଦ୍ୟାଳୟ ଓ ମଧ୍ୟମା କୁ ମିଶାଇ 3047 ଟି ପରୀକ୍ଷା କେନ୍ଦ୍ର ଓ 313 ଟି ନୋଡାଲ ସେନ୍ଟର କରାଯାଇଅଛି । ଏହିପରି +2 ରେ 202 ଟି ପରୀକ୍ଷା ପରିଚାଳନା କେନ୍ଦ୍ର କରାଯାଇଅଛି ।

           ଏଥିନିମନ୍ତେ ସି ସି ଟିଭି , ଲାଇଵ ସି ସି ଟିଭି ଏବଂ ଇଣ୍ଟେଲିଜେଏନସି  ମାଧ୍ୟମ(A.I), ପ୍ରତି କେନ୍ଦ୍ରରେ ପର୍ଯ୍ୟବେକ୍ଷକ ମୁତୟନ, ପୁଲିସ ବାହିନୀର ମୁତୟନ ଏବଂ ପୁଲିସ ପେଟ୍ରୋଲ୍ଲିଙ୍ଗ ର ବ୍ୟବସ୍ଥା ସହିତ ପରୀକ୍ଷା ସୁପରିଚାଳନ। ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥାର ତଦାରଖ ପାଇଁ ବୈଠକରେ ଆଲୋଚନା କରଯାଇଅଛି ।

-0-

Leave a Reply

Your email address will not be published. Required fields are marked *