ତାଳଦଣ୍ଡା କେନାଲରେ ପଡି ସମରେନ୍ଦ୍ରଙ୍କ ମୃତ୍ୟୁ

ରଘୁନାଥପୁର ୦୪/୦୮/୨୦୨୫(ଓଡ଼ିଶା ସମାଚାର/ଅଭୟ ଜେନା)-ଜଗତସିଂହପୁର ଜିଲ୍ଲାର ରଘୁନାଥପୁର ଥାନା ଅଧିନସ୍ଥ ବାମ୍ଫିତୋଳା ଗ୍ରାମର ସ୍ୱର୍ଗତ ଅମୂଲ୍ୟ ସିହ୍ନାଙ୍କ ପୁଅ ସମରେନ୍ଦ୍ର ସିହ୍ନା (୫୮) ଶନିବାର ମଧ୍ୟାହ୍ନରେ କୌଣସି କାମ ସାରି ତାରପୁରରୁ ସାଇକେଲ ଯୋଗେ ତାଳଦଣ୍ଡା କେନାଲ ବନ୍ଧଦେଇ ନିଜ ଘରକୁ ଫେରିବା ସମୟରେ କୂଳସାହି ନିକଟରେ ବାତ ମାରିବାରୁ ସେ କେନାଲରେ ପଡିଯାଇଥିଲେ । ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀ କାର୍ଯ୍ୟଳୟକୁ ଫୋନ କରି ଜଣାଇଲା ପରେ ଅଗ୍ନିଶ୍ରମ ବାହିନୀ ପହଂଚିି ସମରେନ୍ଦ୍ରଙ୍କ ମୃତ ଶରୀର ଉଦ୍ଧାର କରି ରଘୁନାଥପୁର ଡ଼ାକ୍ତରଖାନାକୁ ନେଇଥିଲେ ।ରଘୁନାଥପୁର ଥାନା ରେ ଏ ସମ୍ପର୍କରେ ୯/୨୫ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଛେଦ ପାଇଁ ଜଗତସିଂହପୁର ପଠାଇଥିଲେ ।
ପୋଲିସ ସୁତ୍ରରୁ ପ୍ରକାଶ ଯେ ସମରେନ୍ଦ୍ର ରଘୁନାଥପୁର ଥାନା ଅନ୍ତର୍ଗତ ତାରପୁର ଠାରେ ଜଣଙ୍କ ଘରେ ରୋଷେଇ କରନ୍ତି । ସବୁଦିନ ପରି ଶନିବାର ନିଜ ସାଇକେଲ ରେ ତାରପୁର ଯାଇ ରୋଷେଇ କାମ ସାରି ତାଳଦଣ୍ଡା କେନାଲ ବନ୍ଧଦେଇ ନିଜ ଘରକୁ ଫେରୁଥିବା ସମୟରେ କୂଳସାହି ନିକଟରେ ବାତ ମାରିବାରୁ ସେ କେନାଲ ରେ ପଡ଼ିଯାଇଥିଲେ । ତାଙ୍କର ଗୋଟିଏ ୭ ବର୍ଷର ପୁଅ ,୧୨ ବର୍ଷର ଝିଅ ଓ ପତ୍ନୀ ଅଛନ୍ତି । ସେ ରୋଷେଇ କରି ଯାହା ପାରିଶ୍ରମିକ ପାଆନ୍ତି, ସେଥିରେ ପରିବାର ପ୍ରତିପୋଷଣ କରନ୍ତି । ତାଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି ।

Leave a Reply

Your email address will not be published. Required fields are marked *