ନୂଆଗାଁ ରେ ନୂତନ ହନୁମାନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ମହୋତ୍ସବ 

କଟକ ସଦର,୨୬/୦୫/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ଯଶପଡା ପଞ୍ଚାୟତ ନୂଆଗାଁ ଠାରେ ସଙ୍କଟ ମୋଚନ ଵୀର‌ ହନୁମାନ ଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ମହୋତ୍ସବ ୪ଦିନ ବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା ବେଳେ ଗତକାଲି ରବିବାର ଠାରୁ ଆଧ୍ୟାତ୍ମିକ ପରିବେଶ ସହ ମହାସମାରୋହରେ ଆରମ୍ଭ ହୋଇଛି।

ଏହି ଉପଲକ୍ଷେ ଯାଜ୍ଞିକ ବ୍ରାହ୍ମଣ ପଣ୍ଡିତ ମାନଙ୍କ ଦ୍ୱାରା ହେବାକୁ ଥିବା ବିଶ୍ଵଶାନ୍ତି ମହାଯଜ୍ଞ ପାଇଁ ମହିଳା ମାନେ କଳସ ଶୋଭାଯାତ୍ରାରେ ଯାଇଁ ମହାନଦୀରୁ ଜଳ ଧାରଣ କରି ଯଜ୍ଞ ମଣ୍ଡପରେ ସ୍ଥାପନା କରିବା ପରେ ଯଜ୍ଞ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ପୂର୍ଣ୍ଣାହୁତି ଦିବସରେ ବିଶିଷ୍ଟ କଣ୍ଠଶିଳ୍ପୀ ମାନଙ୍କ ଦ୍ଵାରା ଭଜନ ସମାରୋହ ଅନୁଷ୍ଠିତ ହେବ ବୋଲି ଆୟୋଜକ ମାନଙ୍କ ପକ୍ଷରୁ ଜଣାପଡିଛି।

କାର୍ଯ୍ୟକ୍ରମ ପରିଚାଳନାରେ ବେଣୁଧର ପଣ୍ଡା,ଅରୁଣ କୁମାର ସାହୁ, ବିଶ୍ୱ ରଞ୍ଜନ ପାଣି,ମନୋଜ କୁମାର ଜେନା, ଘନଶ୍ୟାମ ସାହୁ,ବିଜୟ କୁମାର ସାହୁ,ସୈ।ମ୍ୟରଞ୍ଜନ ପାଣି ଙ୍କ ସମେତ ସମସ୍ତ ଗ୍ରାମବାସୀମାନେ ସହାୟତା କରୁଛନ୍ତି  ।

Leave a Reply

Your email address will not be published. Required fields are marked *