ଶ୍ରୀବଳଦେବ ଜୀଉ ଙ୍କ ଝୁଲଣଯାତ୍ରା ଆରମ୍ଭ

କେନ୍ଦ୍ରାପଡ଼ା,୦୪/୦୮/୨୦୨୫(ଓଡ଼ିଶା ସମାଚାର)- ତୁଳସୀ କ୍ଷେତ୍ରର କ୍ଷେତ୍ରାଧିପତି ପ୍ରଭୁ ଶ୍ରୀବଳଦେବ ଜୀଉଙ୍କ ପବିତ୍ର ଝୁଲଣ ଯାତ୍ରା ସୋମବାର ଠାରୁ ଆରମ୍ଭ ହୋଇଛି । ଏଥର ଛଅ ଦିନ ବ୍ୟାପୀ ଏହି ଝୁଲଣ ଯାତ୍ରା ଚାଲିବ ।

କାରଣ ଶ୍ରାବଣ ମାସ ଶୁକ୍ଳପକ୍ଷ ଷୋଳ ଦିନ ଥିବାରୁ ଦଶମୀରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ଛଅ ଦିନ ବ୍ୟାପୀ ଏହି ଝୁଲଣ ଯାତ୍ରା ଅନୁଷ୍ଠିତ ହେବ । ଶ୍ରୀଜୀଉଙ୍କ ସନ୍ଧ୍ୟା ଆଳତି ସମ୍ପନ୍ନ ହେବା ପରେ ବାସୁଦେବ ମନ୍ଦିରରୁ ଶ୍ରୀଜୀଉଙ୍କ ଚଳନ୍ତି ପ୍ରତିମା ରାଧାକୃଷ୍ଣଙ୍କୁ ଭଣ୍ଡାର ଗୃହରୁ ଆସିଥିବା ଗହଣା ଓ ନୂତନ ବସ୍ତ୍ର ପିନ୍ଧାଯାଇ ସେବକଙ୍କ ଦ୍ୱାରା ବିଜେ କରାଯାଇ ଥିଲା ।

କୁଞ୍ଜଘରେ ରାଧାକୃଷ୍ଣଙ୍କ ଦିବ୍ୟଲୀଳା ଭକ୍ତଙ୍କୁ ବିମୋହିତ କରିଥିଲା । ପ୍ରତ୍ୟହ ସନ୍ଧ୍ୟାରେ ଭଜନ କୀର୍ତନ୍ ସାଙ୍ଗକୁ ଚମ୍ପୁ ଛାନ୍ଦ ଲୋକକଳା ପରିବେଷଣ କରାଯିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

Leave a Reply

Your email address will not be published. Required fields are marked *