କଟକ ସଦର, ୦୩/୦୮/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଆଜି ରବିବାର ଦିନ କଟକ ସଦର ର ଅଗ୍ରଣୀ ସାମାଜିକ ସଂଗଠନ ‘ୟୁନିୟନ ଫର୍ କଟକ ସଦର ଡେଭଲପମେଣ୍ଟ’ ର ସଭାପତି ଶିକ୍ଷାବିତ ପ୍ରଫେସର ମନୋଜ ନାୟକ ବିଭିନ୍ନ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବା ଜଣାଯାଇଛି।

ପୂର୍ବାହ୍ନରେ ପ୍ରଫେସର ନାୟକ ଉରାଳି ଡିହନଛିପୁର ଠାରେ ଚାରା ରୋପଣ କରି ଜୀବନ ପାଇଁ ଗଛର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ମଧ୍ୟାହ୍ନରେ ଵନ୍ଧୁପୁର ଠାରେ ପରିବାର ସାହିତ୍ୟ ସଂସଦ ପକ୍ଷରୁ ଆୟୋଜିତ କଵି ସମ୍ମିଳନୀ ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କବିତା ମାଧ୍ୟମରେ ପ୍ରଗତି ସଂଭବ ବୋଲି କହିଥିଲେ। ଏହି ଅବସରରେ କବି ସୁରଥ ରାଉତ ଙ୍କ ରଚିତ ଗୀତି କବିତା ପୁସ୍ତକ ‘ ନଈ ସେପାରି ଝିଅ’ କୁ ପ୍ରଫେସର ମନୋଜ ନାୟକ ଉନ୍ମୋଚନ କରିଥିଲେ।
ସେହିପରି ବର୍ଷଣ ମୁଖର ସଂଧ୍ୟାରେ ୪୨ ମୈ।ଜା କୂଳସରିଚୁଆଁ ହାଇସ୍କୁଲ ସମ୍ମୁଖସ୍ଥ ନଦୀବନ୍ଧ ଠାରେ ଚା ଖଟିରେ ଯୋଗ ଦେଇ ଲୋକମାନଙ୍କ ନିକଟତର ହୋଇ ଏକଵର୍ଷ ପୁରି ନଥିବା ସଂଗଠନ କୁ ଆହୁରି ସୂଦୁରପ୍ରସାରୀ କରିବାକୁ ଉପସ୍ଥିତ ଥିବା ସଦସ୍ୟମାନଙ୍କୁ ପରାମର୍ଶ ଦେଇଥିଲେ। ସଂଗଠନ ର ବରିଷ୍ଠ ଉପଦେଷ୍ଟା ଵିଜୟ କୁମାର ନାୟକ ଏହି ଅବସରରେ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
