ରାଉକେଲା ସାହିତ୍ୟ ସଂସଦର କାର୍ୟ୍ୟକାରିଣୀ ବୈଠକ

ରାଉରକେଲା,୨୪/୬/୨୦୨୪ (ଓଡ଼ିଶା ସମାଚାର)- ନବ ଗଠିତ ରାଉରକେଲା ସାହିତ୍ୟ ସଂସଦର ଆବାହକ ସୁଶାନ୍ତ କୁମାର ନାୟକଙ୍କ ଆବାହକତ୍ବ ଓ ବିଜୟ କୁମାର ସାହୁଙ୍କ ସଭାପତିତ୍ବରେ ସି-୧୧୬, କୋଇଲ ନଗରରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇ ଯାଇଛି । କାର୍ୟ୍ୟକାରୀ ସଭାପତି ଅନିଲ କୁମାର ଦାଶ ତାଙ୍କ ବକ୍ତବ୍ୟରେ କହିଲେ ପରିଵେଶ ସନ୍ତୁଳନ ରକ୍ଷା କରିବା ପାଇଁ ବ୍ୟାପକ ବ୍ରୁକ୍ଷ ରୋପଣ କାର୍ୟ୍ୟକ୍ରମ ହାତକୁ ନେବା ଉଚିତ୍ ,ତାଙ୍କର ଏହି ପ୍ରସ୍ତାବକୁ ଉପସ୍ଥିତ ସମସ୍ତ ସଭ୍ୟସଭ୍ୟା ଙ୍କ ଦ୍ରୁଢ ସମର୍ଥନ ସହ ଗ୍ରହଣ କରା ଯାଇଥିଲା । ଉପ ସଭାପତି ରମେଶ ଚନ୍ଦ୍ର ବାରିକ୍ ତାଙ୍କ ବକ୍ତବ୍ୟରେ ଓଡିଆ ଭାଷା ସାହିତ୍ୟ ଓ ସଂସ୍କ୍ରୁତି କୁ ତ୍ରୁଣମୂଳ ସ୍ତରରୁ ପ୍ରଚାର ଓ ପ୍ରସାର କରିବାକୁ ଗୁରୁତ୍ବ ଦେଇଥିଲେ । ଆସନ୍ତା ଜୁଲାଇ ମାସ ଠାରୁ ପ୍ରତି ମାସରେ ଖୁବ୍ କମ୍ ରେ ୨ଟି ସ୍କୁଲ କିମ୍ବା କଲେଜରେ ଭାଷା ସାହିତ୍ୟ ଭିତିକ କାର୍ୟ୍ୟକ୍ରମ କରିବାକୁ ସ୍ଥିର କରାଯାଇଥିଲା । ସାଧାରଣ ସମ୍ପାଦିକା ନିରୁପମା ପତି ସ୍ବାଗତ ଭାଷଣ ଦେବା ସହ ସମସ୍ତ ସଭ୍ୟମାନଙ୍କୁ ସଂସଦ ଗ୍ରହଣ କରିଥିବା ପ୍ରସ୍ତାବ ଗୁଡିକୁ ଯଥାଶିଘ୍ର କାର୍ୟ୍ୟକ୍ଷମ କରିବା ପାଇଁ ଆହ୍ବାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ କନକ ଲତା ମିଶ୍ର,ଗୀତାରାଣୀ ବେହେରା ଆଲୋଚନାରେ ଅଂଶ ଗ୍ରହଣ କରି ସଂସଦ ହାତକୁ ନେଇଥିବା କାର୍ୟ୍ୟକ୍ରମକୁ ଉଚ୍ଚ ପ୍ରସଂଶା କରିଥିଲେ । ପ୍ରାରମ୍ଭରେ ସାଂସ୍କ୍ରୁତିକ ସମ୍ପାଦକ ଜ୍ୟୋତିର୍ମୟ ଆଚାର୍ୟ୍ୟ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଭଜନ ଗାନ କରି ସଭାକାର୍ୟ୍ୟ ଶୁଭାରମ୍ଭ କରିଥିଲେ । ଶେଷରେ ରାଜ୍ୟ ସଂଯୋଜକ ନିରଞ୍ଜନ କରଣ ଧନ୍ୟବାଦ ଦେଇଥିଲା ବେଳେ ପରମେଶ୍ବର ସାମଲ, ବସନ୍ତ ବିଶ୍ବକର୍ମା,ବାସନ୍ତି ପ୍ରୁଷେଠ୍,ସୌମ୍ୟ ରଞ୍ଜନ ନନ୍ଦ କାର୍ୟ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *