ପ୍ରିୟଦର୍ଶିନୀ ଇନ୍ଦିରା ମହାବିଦ୍ୟାଳୟରେ ନୂତନ ଅଧ୍ୟକ୍ଷ ଙ୍କ  ଯୋଗଦାନ

ଜୁନାଗଡ଼,୦୩/୦୮/୨୦୨୫ (ଓଡ଼ିଶା ସମାଚାର /ରାକେଶ ବେମାଲ) -ଜୁନାଗଡ଼ ସ୍ଥିତ ପ୍ରିୟଦର୍ଶିନୀ ଇନ୍ଦିରା ମହାବିଦ୍ୟାଳୟରେ ନୂତନ ଅଧ୍ୟକ୍ଷ ଭାବେ ପ୍ରତାପ ବଲ୍ଲଭ ପାଣିଗ୍ରାହୀ ଯୋଗଦାନ କରିଛନ୍ତି ।ଉଚ୍ଚ ଶିକ୍ଷା ବିଭାଗ ଦ୍ଵାରା ନିଯୁକ୍ତି ହୋଇ ପରବର୍ତ୍ତୀ ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ଭାରପ୍ରାପ୍ତ ଅଧ୍ୟକ୍ଷ। ଶ୍ରୀମତୀ ସାଗରିକ। ଦାସ ଙ୍କୁ ନିଜ ଯୋଗ ଦାନ ପତ୍ର ପ୍ରଦାନ କରିଥିଲେ ।

ଏହି ସମୟରେ କଲେଜର ଅଧ୍ୟାପକ ଆଦିତ୍ୟ ଖମାରୀ , କୈଳାସ ଚନ୍ଦ୍ର ମେହେର ,ପ୍ରିୟବ୍ରତ ବ।ଣୁଆ ,ନେତ୍ରାନନ୍ଦ ପ୍ରଧାନ ,ବିଶ୍ୱ ରଞ୍ଜନ ବେହେରା ,ରାଜେଶ ପଟେଲ ,ପୂର୍ଣମ।ସି ମାଝି ,ଜ୍ୟୋତି ରଞ୍ଜନ ପାତ୍ର ,ବିକାଶ ବେହେରା ,ବିବେକ ମେହେର ,ଜିତେନ୍ଦ୍ର ନ।ଏକ ,ବାବୁଲି ଗୋପାଳ ,ତ୍ରିଭୁବନ ବେମାଲ ଓ ଅନିରୁଦ୍ଧ ପୁଝାରି ପ୍ରମୁଖ ଉପସ୍ଥିତ ଥିଲେ ।ନୂତନ ଅଧ୍ୟକ୍ଷ କଣ୍ଟାବାଞ୍ଜି ଧନ୍ଦା ମୂଳକ ସ୍ନାତକ କଲେଜରେ ରାଜନୀତି ବିଜ୍ଞାନର କାର୍ଯ୍ୟରତ ଥିଲେ ।

ଉଚ୍ଚ ଶିକ୍ଷା ବିଭାଗ ଦ୍ଵାରା ନିଯୁକ୍ତ କମନ କ୍ୟାଡର ପ୍ରାଧ୍ୟାପକ ଭାବେ ପ୍ରିୟ ଦର୍ଶିନୀ ଇନ୍ଦିରା ମହାବିଦ୍ୟାଳୟର ପ୍ରଥମ ଅଧ୍ୟକ୍ଷ । ନୂତନ ଅଧ୍ୟକ୍ଷ ଙ୍କୁ ମହାବିଦ୍ୟାଳୟର ପ୍ରାଧ୍ୟାପକ ,ଅଧ୍ୟାପକ ଓ କର୍ମଚାରୀ ମାନଙ୍କ ଦ୍ୱାରା ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା ।

ପ୍ରାକ୍ତନ ଅଧ୍ୟକ୍ଷ ବିଭୁତି ଭୂଷଣ ମେହେର ଉତ୍ତରିୟ ପ୍ରଦାନ କରି ସ୍ୱାଗତ କରିଥିବା ବେଳେ ଭାରପ୍ରାପ୍ତ ଅଧ୍ୟକ୍ଷ। ପ୍ରାଧ୍ୟାପିକ ସାଗରିକ। ଦାସ ପୁଷ୍ପଗୁଚ୍ଛ ପ୍ରଦାନ କରି କଲେଜ ତରଫରୁ ସମ୍ବର୍ଦ୍ଧିତ କରିଥିଲେ । ଅଧ୍ୟକ୍ଷ ପ୍ରତାପ ବଲ୍ଲଭ ପାଣିଗ୍ରାହୀ ନିଜ ବକ୍ତବ୍ୟରେ ସାମୁହିକ ସହଯୋଗରେ ଶୈକ୍ଷିକ ଓ ପ।ରିପାର୍ସିକ ବିକାଶ ହୋଇ ପାରିବ ବୋଲି ଆଶ୍ୱାସନା ଦେଇଥିଲେ । କଲେଜର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।କର୍ମଚାରୀ ପରିଷଦର ସମ୍ପାଦକ ବିଶ୍ୱ ରଞ୍ଜନ ବେହେରା ସଭା କାର୍ଯ୍ୟ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *