ଭୁବନେଶ୍ୱର, ୧୪ /୧୧/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ରାଜ୍ୟ ସ୍ତରୀୟ ‘କଳାଉତ୍ସବ-୨୦୨୪’ ମଙ୍ଗଳବାର ପୂର୍ବାହ୍ନରେ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ୟୁନିଟ୍ -୬, ଭୁବନେଶ୍ୱର ପରିସରରେ ଉଦ୍ଘାଟିତ ହୋଇଥିଲା । ଏଥିରେ ରାଜ୍ୟ ପ୍ରାଥମିକ ଶିକ୍ଷା ନିର୍ଦ୍ଧେଶାଳୟର ନିର୍ଦ୍ଧେଶକ, ଶ୍ରୀ ଜ୍ୟୋତିରଞ୍ଜନ ମିଶ୍ର, ଓ. ପ୍ର.ସେ. ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଭାରତ ଗୋଟିଏ କଳାଭୂମି ଏବଂ କଳା କ୍ଷେତ୍ରରେ ଓଡିÿଶାର ଅବଦାନ ସବୁବେଳେ ଅନନ୍ୟ ବୋଲି ନିଜ ବକ୍ତବ୍ୟରେ ପ୍ରକାଶ କରିବା ସହିତ ୧୭ଟି ଜିଲାରୁ ଆସିଥିବା ପ୍ରତିଯୋଗୀ ଛାତ୍ରଛାତ୍ରୀ ଏବଂ ସହଯୋଗୀ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ କଳାଉତ୍ସବରେ ଯୋଗଦାନ ପାଇଁ ସାଧୁବାଦ ଜଣାଇଥିଲେ । ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଓସେପାର ଅତିରିକ୍ତ ନିର୍ଦ୍ଧେଶକ (ଗୁଣବତା) ଡଃ. ସନାତନ ପଣ୍ଡା ଯୋଗଦେଇ ଉଦଘାଟନୀ
ବକ୍ତବ୍ୟରେ କର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଏହି ଅବସରରେ ଓସେପାର ଅତିରିକ୍ତ ନିଦ୍ଧେଶକ (ସାଧାରଣ) ଶ୍ରୀମତୀ ସଙ୍ଗୀତା ବେହେରା ସ୍ୱତନ୍ତ୍ର ଅତିଥି ଭାବରେ ନିଜ ବକ୍ତବ୍ୟ ମାଧ୍ୟମରେ ପିଲାମାନଙ୍କୁ ଉତ୍ସାହିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶ୍ରୀ ମହେଶ୍ୱର ସାହୁ, ଯୁଗ୍ମ ନିର୍ଦ୍ଧେଶ, ଓସେପା ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ ଓ ଶ୍ରୀ ଚନ୍ଦନ ରଥ, ସହ ନିର୍ଦ୍ଧେଶ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନ, ଭୁବନେଶ୍ୱର ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ପରିଶେଷରେ ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଅରୁନ୍ଧତୀ ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ ।
ବୁଧବାର ଅପରାହ୍ନରେ ଆୟୋଜିତ ଉଦଯାପନି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀଯୁକ୍ତ ଭଗବାନ ବେହେରା ଯୋଗଦେଇ ଓଡ଼ିଶା ଏକ କଳାଭୂମି ବୋଲି ପ୍ରକାଶ କରିବା ସହିତ କଳାଉତ୍ସବର ପ୍ରତିଯୋଗୀ ମାନଙ୍କୁ ସେମାନଙ୍କର ନିରନ୍ତର ଚେଷ୍ଠା ତଥା ଉକୃଷ୍ଟ କଳା ପ୍ରଦର୍ଶନ ନିମନ୍ତେ ପ୍ରଂଶସା କରିଥିଲେ । ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଓସେପାର ଅତିରିକ୍ତ ନିର୍ଦ୍ଧେଶକ ଶ୍ରୀମତୀ ସଙ୍ଗିତା ବେହେରା, ଯୁଗ୍ମ ନିର୍ଦ୍ଧେଶ ଶ୍ରୀ ମହେଶ୍ୱର ସାହୁ, ପ୍ରଶିକ୍ଷଣ ସହାୟିକା ଶ୍ରୀମତୀ ଜୟା ବାନାର୍ଜି ତଥା ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସାମନ୍ତରାୟ ଉପସ୍ଥିତ ଥିଲେ । ଏହି ଅବସରରେ କଣ୍ଠ ସଙ୍ଗୀତରେ ଅଭିଲିପ୍ସା ତ୍ରିପାଠୀ, ଓଡିଶା ଆଦର୍ଶ ବିଦାାଳୟ, ସୁଆଁପଦା, କେନ୍ଦୁଝର, ଯନ୍ତ୍ର ସଙ୍ଗୀତରେ ଅମିତ ସିନ୍ଦ୍ରିଆ ଓ ଗ୍ରୁପ୍, ଏସ.ଜି.ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଲୁହାସିଙ୍ଗା, ବଲାଙ୍ଗୀର, ଡ୍ରାମା ବିଭାଗରେ ସୌମ୍ୟ ରଞ୍ଜନ ସେଠି ଓ ଗ୍ରୁପ୍, ସେକେଣ୍ଡାରି ବୋର୍ଡ ହାଇସ୍କୁଲ, କଟକ, ନୃତ୍ୟ ବିଭାଗରେ ସୌମ୍ୟା ରାଣୀ ଭକ୍ତା ଏବଂ ଗ୍ରୁପ୍, ନୋଡାଲ ସରକାରୀ ପଂଚାୟତ ଉଚ୍ଚ ବିଦ୍ୟାଳୟ, ନବରଙ୍ଗପୁର, ପାରମ୍ପରିକ ଗଳ୍ପ କଥନରେ ସତ୍ୟାନି ପଟ୍ଟନାୟକ ଓ ଆରତ୍ରିକା ପ୍ରହରାଜ, ଡିଏଭି ପବ୍ଲିକ ସ୍କୁଲ, ସି.ଡି.ଏ , କଟକ, ଭିଜୁଆଲ ଆର୍ଟରେ ଖୁସି ସାହା, ସରକାରୀ ମହିଳା କଲେଜ, ସମ୍ବଲପୁର ପ୍ରଥମ ସ୍ଥାନ ଅଧିକାର କରି ଜାତୀୟ ସ୍ତରକୁ ଉନ୍ନୀତ ହୋଇଥିବା ପ୍ରତିଯୋଗୀ ମାନଙ୍କ ସହିତ ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ମାନଙ୍କୁ ଅତିଥିମାନେ ମାନପତ୍ର ଓ ଟ୍ରଫି ପ୍ରଦାନ କରିଥିଲେ ।