କଦମ୍ଵେଶ୍ୱର ରଜ ମହୋତ୍ସବ: ଅନୁମତି ଦେଇ ଅନୁମତି ଫେରାଇ ନେଲେ ଡିସିପି — ବନ୍ଦ ହୋଇଗଲା ମହୋତ୍ସବ

କଟକ ସଦର,୧୪/୦୬/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ଵୈୟାଳିସମୈ।ଜା କଳପଡା କଦମ୍ଵେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଅଗ୍ରଣୀ ସାମାଜିକ ସଂଗଠନ ‘ୟୁନିୟନ ଫର୍ କଟକ ସଦର ଡେଭଲପମେଣ୍ଟ’ ଆନୁକୁଲ୍ୟରେ ଗତବର୍ଷ ଭଳି ଚଳିତ ବର୍ଷ ବ୍ୟୟବହୁଳ ରଜ ମହୋତ୍ସବ ଜାକଜମକରେ ଏଵଂ ମହାସମାରୋହରେ ହେବାପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ‌ହୋଇଥିଲା। ହେଲେ ଶେଷ ପର୍ଯ୍ୟାୟରେ ତିନି ଦିନ ପାଇଁ ପାଳିତ ହେବାକୁ ଥିବା ମହୋତ୍ସବର ପହିଲି ରଜରେ ସବୁ ଫିକା ପଡ଼ିଯାଇଛି। କଟକ କମିଶନରେଟ ଡିସିପି ରିଷିକେଶ ଖିଲାରୀ ଦ୍ୟାନଦେଓ ମହୋତ୍ସବ ପାଇଁ ଅନୁମତି ଦେଇ ଶେଷ ମୁହୂର୍ତ୍ତରେ ଅନୁମତି କୁ ଫେରାଇ ନେଇଥିବାରୁ ମହୋତ୍ସବ ବନ୍ଦ ହୋଇଯାଇଛି।

ଏଥିପାଇଁ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଓ ପ୍ରତିକ୍ରିୟା ଦେଖାଦେଇଛି। ଏହା ରାଜନୈତିକ ଷଡ଼ଯନ୍ତ୍ର ବୋଲି ଆୟୋଜକ କମିଟିର ସଦସ୍ୟ ମାନେ ମଞ୍ଚ ଉପରେ ଏହାକୁ କଡ଼ା ଭାଷାରେ ତୀବ୍ର ନିନ୍ଦା କରିବା ସହିତ ବିଭିନ୍ନ ନାରା ଦେଇଥିବା ଜଣାପଡିଛି। ସେହିପରି ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେବାକୁ ଆସିଥିବା ହଜାର ହଜାର ପ୍ରତିଯୋଗୀ ନିରାଶରେ ଉତ୍ସବ ସ୍ଥଳରୁ ମନ ଦୁଃଖରେ ଫେରିଥିବା ଦେଖାଯାଇଛି। ଏହି ପରିପ୍ରେକ୍ଷୀରେ ଆୟୋଜକ କମିଟି ପକ୍ଷରୁ ଯାହା କୁହାଯାଇଛି – ଲୋକଙ୍କ ସରକାର ଲୋକଙ୍କ ଖୁସି ଛଡାଉଛି, କହିବା କାହାକୁ ? ଶୁଣିବ କିଏ ? ବୋଲି ବରିଷ୍ଠ ଉପଦେଷ୍ଟା ଵିଜୟ ନାୟକ କହିଛନ୍ତି ।

‘ୟୁନିୟନ ଫର୍ କଟକ ସଦର ଡେଭଲପମେଣ୍ଟ’ ସଂଗଠନ ଓ ଏହାର ସଭାପତି ଶିକ୍ଷାବିତ୍ ସମାଜସେବୀ ପ୍ରଫେସର ମନୋଜ ନାୟକ ଙ୍କ ଲୋକପ୍ରିୟତା ଓ ଗ୍ରହଣୀୟତାରେ ଇର୍ଷାନ୍ୱିତ ହୋଇ ଏଭଳି ହୀନ ପ୍ରୟାସ କୁ ନିନ୍ଦା କରିଛନ୍ତି ସମରେନ୍ଦ୍ର ମହାପାତ୍ର । ଏଥିରେ କାହାର ଲୋକପ୍ରିୟତା ବଢ଼ିଲା କାହାର କମିଲା ତାହାର ଉତ୍ତର ଆଗାମୀଦିନରେ ଜନସାଧାରଣ ଦେବେ ବୋଲି ଶରତ ରାୟ କହିଛନ୍ତି । ଏଥିପାଇଁ ଆମେ ଖୁବ୍ ଶୀଘ୍ର ଅଦାଲତର ଦ୍ଵାରସ୍ଥ ହେଵୁ ବୋଲି ଅନୁମତି ପ୍ରାପ୍ତ ହୋଇଥିବା କଳପଡା ର ଜୟକୃଷ୍ଣ ମୁଦୁଲି କହିଛନ୍ତି।

Leave a Reply

Your email address will not be published. Required fields are marked *