ଭୁବନେଶ୍ୱର,୦୯/୧୧/୨୦୨୫(ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-ରଘୁନାଥପୁର ଠାରେ ସଦଗୁରୁ ଶିରିଡି ସାଇ ବାବାଙ୍କ ଜୀବନୀ ଉପରେ ବିଶେଷ ଭାବେ ଜାଣିବା ପାଇଁ ବିଶ୍ୱସ୍ତରୀୟ ସଂଗଠନ ଅନ୍ତଃରାଷ୍ଟ୍ରୀୟ ଶିରିଡି ସାଇ ଚେତନା ଓ ଗବେଷଣା ପ୍ରତିଷ୍ଠାନ ଆରମ୍ଭ କରାଯାଇଛି । ଯେଉଁଥିରେ ଦେଶବିଦେଶର ବହୁ ଲବ୍ଧ ପ୍ରତିଷ୍ଠିତ ସାଇ ଭକ୍ତ ଯୋଡ଼ି ହୋଇଛନ୍ତି । ଶିରିଡି ସାଇ ବାବାଙ୍କ ଜୀବନ ଦର୍ଶନ କେବଳ ମାନବିକତା ଓ ଶ୍ରଦ୍ଧା ସବୁରୀ ମନ୍ତ୍ରକୁ ସର୍ବଜନ ବିଦିତ କରିବା, ବାବାଙ୍କ ଏକାଦଶ ବାଣୀ ଓ ଉଦିର ରହସ୍ୟ ସମସ୍ତ ଜୀବଜଗତକୁ ପ୍ରେମ ଏବଂ କରୁଣାରେ କିପରି ବାନ୍ଧି ରଖିଛି ତାହାକୁ ଉନ୍ମୋଚନ କରିବା ଏବଂ ବାବାଙ୍କ ଅପାର ମହିମାକୁ ପ୍ରଚାର, ପ୍ରସାର କରିବା ମୁଖ୍ୟ ଉଦ୍ଧେଶ୍ୟ ରହିଛି ।
ଉଦଘାଟନ ଦିବସରେ ପ୍ରତିଷ୍ଠାନର ମୁଖ୍ୟ ଉପଦେଷ୍ଟା ଭାବେ ବାଗ୍ମୀ ଶ୍ରୀ ଶୋଭାକର ଦାସ ଫତେସିଂ, ଉପଦେଷ୍ଟା ଜନ୍ମେଜୟ ପ୍ରଧାନ ଏବଂ ପଣ୍ଡିତ ସୁଦର୍ଶନ ଦାଶ, ଚେୟାରମ୍ୟାନ ସାଇ ସେବକ ବିଜୟ କୁମାର ପାତ୍ର, ସଭାପତି କେ. ଦିଲ୍ଲୀପ କୁମାର ରାଓ, ଉପସଭାପତି ଆଶିଷ କୁମାର ନାୟକ ଏବଂ ସଞ୍ଜିବ କୁମାର ମିଶ୍ର, ସାଧାରଣ ସମ୍ପାଦକ ରବୀନ୍ଦ୍ର କୁମାର ପାଢ଼ୀ, ଯୁଗ୍ମ ସମ୍ପାଦିକା ଲକ୍ଷ୍ମୀପ୍ରିୟା ପ୍ରଧାନ, କୋଷାଧ୍ୟକ୍ଷ କୁନଚନ୍ଦ୍ର ପାତ୍ର, ସଦସ୍ୟ ଭାବେ ନିରୋଦ କୁମାର ରାଉତ ଏବଂ ଗଙ୍ଗାଧର ପୃଷ୍ଟି ସର୍ବସମ୍ମତି କ୍ରମେ ମନୋନୀତ ହୋଇଛନ୍ତି । ସମସ୍ତ କର୍ମକର୍ତାଙ୍କୁ ଆଇନ ପରାମର୍ଶଦାତା ସାଇ ଭକ୍ତ ସିଦ୍ଧାର୍ଥ ଦାଶ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ ।
