ଲକ୍ଷ୍ମୀପୁର ୦୩/୦୮/୨୫(ଓଡିଶା ସମାଚାର/ପ୍ରମୋଦ କୁମାର ଜେନା)- ଜଙ୍ଗଲ କ୍ଷୟ ଦ୍ଵାରା ଏବେ ପରିବେଶ ନଷ୍ଟ ହେବା ସହ ଜଳ ବାୟୁ ପରିବର୍ତନ ଦେଖା ଦେଇଛି। ଫଳରେ ଉଷ୍ମତା ବଢିବାରେ ଲାଗିଛି। ବିଭିନ୍ନ ପ୍ରକାରର ପ୍ରାକୃତିକ ବିପର୍ଯ୍ୟୟ ମଧ୍ୟ ଘଟିବା ରେ ଲାଗିଛି। ତେଣୁ ଏସବୁକୁ ରୋକିବାକୁ ହେଲେ ପ୍ରକୃତିର ସୁରକ୍ଷା ନିହାତି ଦରକାର୍ ହୋଇ ପଡ଼ିଛି। ଏଇ କ୍ଷେତ୍ରରେ ଆଜି ଲକ୍ଷ୍ମୀପୁର ଗ୍ରୀନ ଇଣ୍ଡିଆ ଗୃପ ତରଫରୁ ସ୍ଥାନୀୟ ୟୁଏନ ରାଜୁ ବାଳିକା ବିଦ୍ୟାଳୟ ପାଖ ରାସ୍ତା କଡରେ ଏକ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଗ୍ରୀନ ଇଣ୍ଡିଆ ଗୃପର ମୁଖ୍ୟ ଗୋପେଶ୍ୱର ଗରଡ଼ା ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କୋରାପୁଟ ର ପୂର୍ବତନ ସାଂସଦ ଝୀନ୍ନ ହିକକା,ସମାଜ ସେବି ସଙ୍ଗୀତା ମିଶ୍ର,ପୂର୍ବତନ ସମିତି ସଭ୍ୟ ରାଧେଶ୍ୟାମ ଯାନୀ,ପଞ୍ଚାନନ ଟାକ୍ରୀ,ମୁନା ଗରଡ଼ା ପ୍ରଭୁତି ଯୋଗଦେଇଥିଲେ।ଏଥିରେ ଗ୍ରୁପର ସଦସ୍ୟ ହେମନ୍ତ ମହାନନ୍ଦିଆ,ସୁବାସ ମାଝି,ସନ୍ତୋଷ ଯାନୀ,ବେଣୁଧର ସୂଚେନ ଉପସ୍ଥିତ ରହି ପ୍ରତ୍ୟେକ କ୍ଷେତ୍ରରେ ସହଯୋଗ କରିଥିଲେ।
ଗୋପେଶ୍ୱର ଗରଡ଼ା ଏଇ ଅଭିଯାନ ୨୦୧୭ ମସିହାରୁ ଆରମ୍ଭ କରି ବର୍ତମାନ ସୁଧା ସତର ଶହ ରୁ ଉର୍ଦ୍ଧ ଚାରା ରୋପଣ କରିଥିବା ବେଳେ ଚାରା ରୋପଣ ପରେ ତାର ଯତ୍ନ ମଧ୍ୟ ନେଉଛନ୍ତି। ଚାରା ଲଗାଯିବା ପରେ ଦୈନିକ ସକାଳୁ ଉଠି ସେ ପାଣି ଦେବା ସହ ତାର ରକ୍ଷଣା ବେକ୍ଷଣ ଉପରେ ଅଧିକ ଧ୍ୟାନ ଦିଅନ୍ତି। ଚାରା କିଣା ଠୁ ଆରମ୍ଭ କରି ଚାରା ବଡ଼ ହେବା ଯାଏଁ ଯାହା ଖର୍ଚ୍ଚ ହୁଏ ସେସବୁ ମଧ୍ୟ ନିଜ ହାତରୁ କରନ୍ତି। ତାଙ୍କର ଏହି ଭଳି ମହତ କାର୍ଯ୍ୟକୁ ସବୁ ମହଲରେ ପ୍ରଶଂସା କରାଯାଇଛି।
