ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମର ସମୀକ୍ଷା ବୈଠକ

କେନ୍ଦ୍ରାପଡ଼ା, ୦୨/୦୮/୨୦୨୫(ଓଡ଼ିଶା ସମାଚାର)- ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲା ସ୍ତରୀୟ “ଶିଶୁ ପାଇଁ ଦିନଟିଏ” କାର୍ଯ୍ୟକ୍ରମର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲାପାଳ ରଘୁରାମ ଆର ଆୟାରଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠରେ ଶିଶୁ ଶ୍ରମିକ,ବାଲ୍ୟ ବିବାହ, ଶିଶୁ ଅଧିକାର,ଶିଶୁ ସୁରକ୍ଷା,ବେଟି ବଚାଓ ବେଟି ପଢ଼ାଓ,ଲିଙ୍ଗ ଅନୁପାତ ଇତ୍ୟାଦି ବିଷୟରେ ବିସ୍ତୃତ ଭାବେ ବୈଠକରେ ଆଲୋଚନା ହୋଇଥିଲା ।

ଶିଶୁ ମାନଙ୍କ କ୍ଷେତ୍ରରେ ଜିଲାର ଆଶାନୁରୂପ ସଫଳତା ନ ଥିବାରୁ ବିଭାଗୀୟ ଅଧିକାରୀ ଏ ସଂକ୍ରାନ୍ତରେ ସକ୍ରିୟଭାବେ କାର୍ଯ୍ୟ କରିବାକୁ ଜିଲାପାଳ ଅଧିକାରୀ ମାନଙ୍କୁ ନିର୍ଦ୍ଧେଶ ଦେଇଛନ୍ତି । ଶିଶୁ ହେଲ୍ପ ଲାଇନରେ ଆସୁଥିବା ଅଭିଯୋଗ ଗୁଡିକ ମଧ୍ୟ ଜିଲାପାଳ ସମୀକ୍ଷା କରିଛନ୍ତି । ଏ ସଂକ୍ରାନ୍ତରେ ଅଧିକାରୀ ମାନେ ବ୍ୟାପକ ଜନସଚେତନତା ସୃଷ୍ଟି କରିବାକୁ ପଡିବ ବୋଲି ଜିଲାପାଳ କହିଛନ୍ତି । ଶିଶୁ ଶ୍ରମିକ ପ୍ରତି ସ୍ୱତନ୍ତ୍ର ଦୁଷ୍ଟି ଦେଇ ଚଢାଉକୁ ଜୋରଦାର କରିବା, ବାଲ୍ୟ ବିଭାଗ ରଖିବାକୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ, ଲିଙ୍ଗ ଅନୁପାତ ହ୍ରାସ ଇତ୍ୟାଦି ବିଷୟରେ ଜିଲାପାଳ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଛନ୍ତି ।

ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଦେବାଶିଷ ଧଳ,ଜିଲା ସମାଜ ମଙ୍ଗଳ ଅଧିକାରୀ ସୁଷମା ମହାନ୍ତି, ଜିଲା ଶିଶୁ ସୁରକ୍ଷା ଅଧିକାରୀ ବିଜୟ କେତନ ସାହୁ, ଜିଲ୍ଲା ସଂସ୍କୃତି ଅଧିକାରୀ ତ୍ରିଭୁବନ ଜୟସିଂ, ଜିଲା କ୍ରୀଡା ଅଧିକାରୀ ଲୋକନାଥ ପାଣିଗ୍ରାହୀ, ଜିଲା ଶ୍ରମ ଅଧିକାରୀ ଅନନ୍ତ ପଦ୍ମନାଭ ମହନସିଂ, ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଫକୀର ମୋହନ ମାଝୀ, ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ ଶୁଭଶ୍ମିତା ତ୍ରିପାଠୀ,ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଙ୍କ ସମେତ ସମସ୍ତ ସିଡିପିଓ ବୈଠକରେ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *