କଟକ ସଦର, ୦୫/୦୭/୨୦୨୬ (ଓଡ଼ିଶା ସମାଚାର ,ବିଷ୍ଣୁ ବେହେରା): କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀଙ୍କ ବଳିଷ୍ଠ ଉଦ୍ୟମ, କିଶନନଗରର ଯୁବ ସଙ୍ଗୀତ ନିର୍ଦ୍ଦେଶକ ମିଟୁ ଙ୍କ ନିର୍ଦ୍ଦେଶନା ଓ ଓଡ଼ିଶାର ଖ୍ୟାତନାମା କଣ୍ଠଶିଳ୍ପୀ ଓ ନିର୍ଦ୍ଦେଶକ କଟକ ସଦର ଅନ୍ତର୍ଗତ ଗତିରାଉତ ପାଟଣା ର ଗଗନ ଜେନା ଙ୍କ କଣ୍ଠରେ ରିଲିଜ୍ ହେଲା ଲୋକପ୍ରିୟ କ୍ୟାସେଟ ‘ଵିକାଶର ଧାରା ଓଡ଼ିଶା ସାରା’। ଏଥିରେ ଗଗନ ଙ୍କ ସହିତ ଇରାନି ଓ ସୁଗନ୍ଧନା ମଧ୍ୟ କଣ୍ଠଦାନ କରିଥିବା ଜଣାଯାଇଛି। ଏହି କ୍ୟାସେଟ କୁ ନିର୍ଦ୍ଦେଶକ ଓ କଣ୍ଠଶିଳ୍ପୀ ମାନେ ମୁଖ୍ୟମନ୍ତ୍ରୀ ମୋହନ ମାଝି ଙ୍କୁ ଭେଟି ଦେଇଥିବା ବେଳେ ଗୀତ ଗୁଡ଼ିକ ଶୁଣି ମୁଖ୍ୟମନ୍ତ୍ରୀ ଅତ୍ୟନ୍ତ ଆନନ୍ଦିତ ହୋଇ କଳାକାର ମାନଙ୍କର ଏତାଦୃଶ କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରିଥିଲେ।
ରିଲିଜ୍ ହେଲା’ଵିକାଶର ଧାରା, ଓଡ଼ିଶା ସାରା’କ୍ୟାସେଟ୍, ମୁଖ୍ୟମନ୍ତ୍ରୀଙ୍କୁ ଭେଟି
