କେନ୍ଦ୍ରାପଡା ଜିଲାର ଚାଷୀ ଭାଇ ଭଉଣୀ ମାନଙ୍କୁ ପିଏମ କିଷାନ ସମ୍ମାନ ନିଧି ସହାୟତା ଅର୍ଥ ହସ୍ତାନ୍ତର

କେନ୍ଦ୍ରାପଡ଼ା,୦୨/୦୮/୨୦୨୫(ଓଡ଼ିଶା ସମାଚାର)- ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଶନିବାର ଅନୁଷ୍ଠିତ ଲାଇଭ ଷ୍ଟ୍ରିମିଙ୍ଗ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପି ଏମ କିଷାନ ସମ୍ମାନ ନିଧି ଅନ୍ତର୍ଗତ ଚାଷୀ ମାନଙ୍କୁ ସହାୟତା ରାଶି ହସ୍ତାନ୍ତର କାର୍ଯ୍ୟକ୍ରମରେ କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା, ମହାକାଳପଡା ବିଧାୟକ ଡ. ଦୁର୍ଗାପ୍ରସନ୍ନ ନାୟକ, ଜିଲା ପରିଷଦ ସଭାପତି ଲିଳିତା ଦାସ, ମୁଖ୍ୟ ଜିଲା କୃଷି ଅଧିକାରୀ ସୁରେଶ ଚନ୍ଦ୍ର ମଲ୍ଲିକଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଏବଂ ଚାଷୀମାନେ ଉପସ୍ଥିତ ଥିଲେ ।

ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଦେଶର ୯ କୋଟି ୭୦ ଲକ୍ଷରୁ ଉର୍ଦ୍ଧ ଚାଷୀ ଭାଇ ଭଉଣୀମାନଙ୍କୁ ତାଙ୍କ ବ୍ୟାଙ୍କ ଜମା ଖାତାରେ ୨୦ ତମ କିସ୍ତି ମାଧ୍ୟମରେ ୨୦,୫୦୦ କୋଟି ଟଙ୍କାର ଅର୍ଥ ରାଶି ହସ୍ତାନ୍ତର କରିଛନ୍ତି । ଏହି ଅବସରରେ କେନ୍ଦ୍ରାପଡ଼ା ଜିଲାର ୨୩୨ ଜଣ ଚାଷୀଙ୍କ ଜମାଖାତାକୁ ପ୍ରତ୍ୟେକ ୨୦୦୦ ଟଙ୍କା ଲେଖାଏଁ ହସ୍ତାନ୍ତର କରାଯାଇଛି । ଏ ବାବଦରେ ତିନି ବର୍ଷକୁ ୬୦୦୦ ଟଙ୍କା ପ୍ରଦାନ କରାଯିବ ।

Leave a Reply

Your email address will not be published. Required fields are marked *