ଭୁବନ ୦୧/୦୮/୨୦୨୫ (ଓଡ଼ିଶା ସମାଚାର)- ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ପରିମଳ (ସଫେଇ) ପାଇଁ ପ୍ରତ୍ୟୁଷ କୁ ଶୁକ୍ରବାର ଠାରୁ ନୂଆ ଦାୟିତ୍ଵ ପ୍ରଦାନ କରାଯାଇଛି । ଏହି ଉପଲକ୍ଷେ ବାଜି ରାଉତ କଲ୍ୟାଣ ମଣ୍ଡପ ଠାରେ ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା । ନଗରପାଳ ଶୁଭେନ୍ଦୁ କୁମାର ସାହୁ ଅଧ୍ୟକ୍ଷତା କରି କହିଥିଲେ ଯେ ଭୁବନ ଏନ୍ ଏ ସି କୁ ସ୍ୱଚ୍ଛ ଭୁବନ,ସୁସ୍ଥ ଭୁବନ ଭାବେ ଗଢି ତୋଳିବା ପାଇଁ ବେସରକାରୀ ସଂସ୍ଥା ” ପ୍ରତ୍ୟୁଷ” କୁ ଆଜିଠାରୁ ଏକ ବର୍ଷ ପର୍ଯ୍ୟନ୍ତ ଦାୟିତ୍ଵ ପ୍ରଦାନ କରାଗଲା।
ସ୍ୱଚ୍ଛ ସର୍ବେକ୍ଷଣ ରେ ଆମ ଭୁବନ ଚଳିତ ବର୍ଷ ଢେ଼ଙ୍କାନାଳ ଜିଲ୍ଲାରେ ୧ ନମ୍ବର ସ୍ଥାନ ହାସଲ କରିଛି । ସ୍ୱଚ୍ଛ ସାଥୀ,ସ୍ୱଚ୍ଛ କର୍ମୀ,ସଫେଇ କର୍ମଚାରୀ ଓ ବିଶେଷ କରି ଜନ ସାଧାରଣଙ୍କ ସହଯୋଗରେ ଆସନ୍ତା ବର୍ଷ ସ୍ୱଚ୍ଛ ସର୍ବେକ୍ଷଣ ରେ ଭୁବନ ସାରା ରାଜ୍ୟରେ ୧ ନମ୍ବର ସ୍ଥାନ ହାସଲ କରିବ ବୋଲି ଆଶାବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ଲୋକନାଥ ବେଜ୍,ସମସ୍ତ କାଉନସିଲର,ସ୍ୱଚ୍ଛ ସାଥୀ,ସ୍ୱଚ୍ଛ କର୍ମୀ ଉପସ୍ଥିତ ଥିଲେ । ଉପାଧ୍ୟକ୍ଷା ମାନିନୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ଆୟୋଜିତ ବଡ଼ଖାନା ରେ ସମସ୍ତେ ଯୋଗଦେଇ ଆପ୍ୟାୟିତ ହୋଇଥିଲେ ।
