କେନ୍ଦ୍ରାପଡା ଅର୍ବାନ ବ୍ୟାଙ୍କ ପକ୍ଷରୁ ଅବସରକାଳୀନ ସମ୍ବର୍ଦ୍ଧନା

କେନ୍ଦ୍ରାପଡ଼ା, ୦୧/୦୮/୨୦୨୫(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଅର୍ବାନ କୋଅପରେଟିଭ ବ୍ୟାଙ୍କ ପକ୍ଷରୁ ନିକଟରେ ଅବସରଗ୍ରହଣ କରିଥିବା ଅଧିକାରୀ ଓ କର୍ମଚାରୀମାନଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି ।

ଏହି ଉପଲକ୍ଷେ ବ୍ୟାଙ୍କ ପରିଚାଳନା ସମିତି ସଭାପତି ଗୁରୁପ୍ରସାଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ କଜଳାସ୍ଥିତ ବ୍ୟାଙ୍କର ମୁଖ୍ୟ ଶାଖାରେ ଅନୁଷ୍ଠିତ ବୈଠକରେ ବରିଷ୍ଠ ନିର୍ଦେଶକ ପ୍ରଫୁଲ୍ଲ କୁମାର ସାହୁ, ମୁଖ୍ୟ କାର୍ଯ୍ୟ ନିର୍ବାହୀ ଭାଗ୍ୟଲକ୍ଷ୍ମୀ ପଣ୍ଡା, ଜେନେରାଲ ମ୍ୟାନେଜର ରାଜୀବ ଲୋଚନ ପଣ୍ଡା, ଜେନେରାଲ ମ୍ୟାନେଜର ସୁରେଶ ଚନ୍ଦ୍ର ପରିଡା ପ୍ରମୁଖ ଯୋଗଦେଇ ଅବସରଗ୍ରହଣ କରିଥିବା ମ୍ୟାନେଜର(ରିକଭରି) ରବୀନ୍ଦ୍ର କୁମାର ପାତ୍ର, ମ୍ୟାନେଜର(କ୍ରେଡିଟ) ଅନ୍ନଦା ପ୍ରସନ୍ନ କାନୁନଗୋ, ପୁରୁଣା ବସଷ୍ଟାଣ୍ଡ ଶାଖାର ମ୍ୟାନେଜର ସୁରେଶ ଚନ୍ଦ୍ର ନାୟକ ଓ ସେହି ଶାଖାର ପିଅନ ରମେଶ ଚନ୍ଦ୍ର ଜେନା ଏବଂ ଚାନ୍ଦୋଳ ଶାଖାର ପିଅନ କାଳନ୍ଦି ଚରଣ ମିଶ୍ର ପ୍ରମୁଖ ଙ୍କୁ ଶ୍ରୀବଳଦେବଜୀଉଙ୍କ ଫଟୋଚିତ୍ର, ପୁଷ୍ପଗୁଛ, ଉତରୀୟ ଓ ଶାଲ ପ୍ରଦାନ କରି ବିଦାୟକାଳୀନ ସମ୍ବର୍ଦ୍ଧନା ଜଣାଇଥିଲେ ।

ଏହି ଅବସରରେ ସଭାପତି ଶ୍ରୀ ମହାନ୍ତି ଅବସରପ୍ରାପ୍ତ କର୍ମଚାରୀମାନଙ୍କ ସୁସ୍ଥ ଓ ନିରାମୟ ଜୀବନ କାମନା କରି କେନ୍ଦ୍ରାପଡାର ଆରାଧ୍ୟ ପ୍ରଭୁ ଶ୍ରୀବଳଦେବଜୀଉଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ଏହି କାର୍ଯ୍ୟକ୍ରମରେ ମ୍ୟାନେଜର ଲଲାଟେନ୍ଦୁ କେଶରୀ ଦାସ, ସହକାରୀ ମ୍ୟାନେଜର ଭଞ୍ଜକିଶୋର ଜେନା, ସିଷ୍ଟମ ମ୍ୟାନେଜର ଆଦିତ୍ୟ କୁମାର ଶତପଥୀ, ସହକାରୀ ମ୍ୟାନେଜର ବିଶ୍ୱରଞ୍ଜନ ଲେଙ୍କା, ସହକାରୀ ମ୍ୟାନେଜର(ଆକାଉଣ୍ଟସ) ସଂଗୀତା ନାୟକ, ସହକାରୀ ମ୍ୟାନେଜର(ଆକାଉଣ୍ଟସ) ସଶ୍ମିତା ବିଶ୍ୱାଳ, ମ୍ୟାନେଜର (ଅର୍ଡିଟ) ହିମାଂଶୁ ଶେଖର ଲେଙ୍କା, ଟାଇପିଷ୍ଟ ଅରବିନ୍ଦ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *