ଭାଗବତ ପ୍ରସାଦ ମହାନ୍ତି ଟ୍ରଷ୍ଟ ପକ୍ଷରୁ ସେବାକାର୍ଯ୍ୟ

କେନ୍ଦ୍ରାପଡ଼ା, ୦୧/୦୮/୨୦୨୫(ଓଡ଼ିଶା ସମାଚାର)- ଭାଗବତ ପ୍ରସାଦ ମହାନ୍ତି ଟ୍ରଷ୍ଟ ପକ୍ଷରୁ କେନ୍ଦ୍ରାପଡା ଜିଲାର ଗରଦପୁର ବ୍ଲକ ଅନ୍ତର୍ଗତ କୋରୁଆ ସ୍ଥିତ ପଲ୍ଲିଶ୍ରୀ ମହିଳା ସମିତିର ଶିଶୁ ଯତ୍ନ ଅନୁଷ୍ଠାନ ପରିସରରେ ଜନପ୍ରିୟ ଜନନେତା ସ୍ୱର୍ଗତ୍ ଭାଗବତ ପ୍ରସାଦ ମହାନ୍ତିଙ୍କ ସ୍ମୃତିରେ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଟ୍ରଷ୍ଟର ସଭାପତି ଗୁରୁପ୍ରସାଦ ମହାନ୍ତି ସଭାପତିତ୍ୱ କରି ଟ୍ରଷ୍ଟ ପକ୍ଷରୁ କରାଯାଉଥିବା ବିଭିନ୍ନ ସେବାକାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ ।

କେନ୍ଦ୍ରାପଡା ଜିଲା ପ୍ରତିଭା ପୂଜା ସଂସଦ ସଭାପତି ପ୍ରଦୀପ କୁମାର ମହାନ୍ତି ସଭା ପରିଚାଳନା କରିଥିବାବେଳେ ଟ୍ରଷ୍ଟି ସୁଶିଲ କୁମାର ସାମଲ, ପୂର୍ବତଟ ରେଳ ବିଭାଗ ଅଧିକାରୀ କବି ନିରାକାର ଦାସ, ମାଇକ୍ରୋ ଫାଇନାନ୍ସ ସଭାନେତ୍ରୀ ଅବନ୍ତୀ ବେହେରା, ସମାଜସେବୀ ଶ୍ରୀକାନ୍ତ ନାୟକ, ସ୍ୱର୍ଗତ୍ ମହାନ୍ତିଙ୍କ ବୋହୁ ସମାଜସେବୀ ଗାୟତ୍ରୀ ମହାନ୍ତି, ପ୍ରାଧ୍ୟାପକ ଡ. ଶଶିକାନ୍ତ ନାୟକ ପ୍ରମୁଖ ଯୋଗଦେଇ ଭାଗବତ ବାବୁଙ୍କ ସ୍ମୃତି ବଖାଣି ଥିଲେ । କେନ୍ଦ୍ରାପଡା ଜିଲାରେ ସେ ଜଣେ ଜନପ୍ରିୟ ଜନନେତା ଥାଇ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ କରି ନିଜର ଛାପ ଛାଡିଯାଇଛନ୍ତି ।

ସମାଜରେ ତାଙ୍କ ପରି ଜନନେତା ମିଳିବା ବିରଳ ବୋଲି ବକ୍ତାମାନେ କହିଥିଲେ । ଶିଶୁ ଯତ୍ନ ଅନୁଷ୍ଠାନର ପରିଚାଳିକା ମଞ୍ଜୁଳା ନାୟକ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଟ୍ରଷ୍ଟ ପକ୍ଷରୁ ଅନ୍ତେବାସିନୀମାନଙ୍କୁ ଛତା ଓ ମିଷ୍ଟାନ୍ନ ବଂଟନ କରାଯାଇଥିଲା । ଶେଷରେ ସମବାୟବିତ୍ ପ୍ରମୋଦ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ପଲ୍ଲିଶ୍ରୀ କର୍ମଚାରୀ ଶାନ୍ତିଲତା ସେନାପତି, ସୂର୍ଯ୍ୟମଣି ଭୂୟାଁ, ଅକ୍ଷୟ ସେନାପତି, ରାଜେଶ ମହାପାତ୍ର, ସୁଧାଂଶୁ ଶେଖର ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *