ରାଜ୍ୟସ୍ତରରେ କେନ୍ଦ୍ରାପଡା ଉଚ୍ଚ ପ୍ରଶଂସିତ
କେନ୍ଦ୍ରାପଡ଼ା,୨୪/୧୦/୨୦୨୫(ଓଡ଼ିଶା ସମାଚାର)- ‘ଆମ ଗାଁରେ ତହସିଲ କାର୍ଯ୍ୟାଳୟ’କାର୍ଯ୍ୟକ୍ରମରେ ରାଜ୍ୟ ସ୍ତରରେ କେନ୍ଦ୍ରାପଡା ଜିଲା ଉଚ୍ଚ ପ୍ରଶଂସିତ ହୋଇଛି । ଉପଜିଲାପାଳ ଅରୁଣ କୁମାର ନାୟକଙ୍କ ଉଦ୍ୟମ କ୍ରମେ କେନ୍ଦ୍ରାପଡା ଜିଲାର ବିଭିନ୍ନ ତହସିଲରେ ଏହି କାର୍ଯ୍ୟକ୍ରମ ସଫଳତାର ସହ ସମ୍ପନ୍ନ ହେବା ସହିତ ରାଜ୍ୟ ସ୍ତରରେ ଉଚ୍ଚ ପ୍ରଶଂସିତ ହୋଇପାରିଛି ।
ଏହି ଉପଲକ୍ଷେ କେନ୍ଦ୍ରାଂଚଳ ରାଜସ୍ୱ ଆୟୁକ୍ତଙ୍କ ଦ୍ୱାରା ଭୁବନେଶ୍ୱର ଗୋଠପାଟଣାସ୍ଥିତ ରାଜସ୍ୱ ଅଧିକାରୀଙ୍କ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ଆୟୋଜିତ ଉତ୍ସବରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ କୁମାର ପୂଜାରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କେନ୍ଦ୍ରାପଡା ଜିଲାରେ ସରକାରଙ୍କ ଏହି କାର୍ଯ୍ୟକ୍ରମକୁ ସଫଳତାର ସହ କାର୍ଯ୍ୟକାରୀ କରାଇଥିବାରୁ ତାହାର ଉଚ୍ଚ ପ୍ରଶଂସା କରିଥିଲେ । ଏହି ଅବସରରେ ଉପଜିଲାପାଳ ଶ୍ରୀ ନାୟକ ଭିତରକନିକାର ଏକ ଫଟୋଚିତ୍ର ମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ ।
